ETV Bharat / state

ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର - Paradip Port breaks record

ପଣ୍ୟ କାରବାରରେ ରେକର୍ଡ ସୃଷ୍ଟି କରିଛି ପାରାଦ୍ଵୀପ ବନ୍ଦର । ୪୦ ଦିନ ପୂର୍ବରୁ ଶହେ ମିଲିୟନ ମେଟ୍ରିକ୍ ଟନ୍ କରିଛି କାରବାର । ଅଧିକ ପଢ଼ନ୍ତୁ

record in trade
ରେକର୍ଡ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର
author img

By

Published : Jan 11, 2023, 1:01 PM IST

ରେକର୍ଡ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର

ପାରାଦ୍ବୀପ: ଚଳିତ ବର୍ଷ ପଣ୍ୟ କାରବାରରେ ରେକର୍ଡ ସୃଷ୍ଟି କରିଛି ପାରାଦ୍ଵୀପ ବନ୍ଦର । ଗତବର୍ଷ ଶହେ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିବା ପାଇଁ ୩୨୪ ଦିନ ଲାଗିଥିଲା । ଚଳିତବର୍ଷ ସେତିକି ପଣ୍ୟ କାରବାର ପାଇଁ ୨୮୨ ଦିନ ଲାଗିଛି । ଯାହାକି ୪୦ ଦିନ ପୂର୍ବରୁ ଶହେ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଏହି ରେକର୍ଡ କରିଛି ପାରାଦୀପ ବନ୍ଦର । ପୂର୍ବରୁ ପଣ୍ୟ କାରବାର କ୍ଷେତ୍ରରେ ଶହେ ମିଲିୟନ୍ ମେଟ୍ରିକ ଟନ୍ ହୋଇଥିଲେ ମଧ୍ୟ ଚଳିତବର୍ଷର ରେକର୍ଡ ବହୁ ପୂର୍ବରୁ ପାରାଦୀପ ବନ୍ଦର କରି ପାରିଛି ।

ତେବେ ୨୦୨୨/୨୩ ବର୍ଷ ଶେଷ ସୁଦ୍ଧା ୧୩୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଲକ୍ଷ୍ୟ ରଖିଥିବା ବେଳେ ଏହି ରେକର୍ଡକୁ ନେଇ ବନ୍ଦରର ସମସ୍ତ ଅଧିକାରୀ, ସମସ୍ତ ଟିମ୍, କର୍ମଚାରୀ, ରପ୍ତାନୀ ଓ ଆମଦାନୀକାରି, ଷ୍ଟିଭେଡୋର୍, କଷ୍ଟମ, ରେଲୱେ ଓ ରାଜ୍ୟ ସରକାରଙ୍କ ସମେତ ସମସ୍ତଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

ପ୍ରଥମ ଥର ପାଇଁ ଗୁଜରାଟ, ରାଜସ୍ଥାନ, ହରିୟଣା ଓ ୟୁପିକୁ ଥର୍ମାଲ କୋଲ୍ ପରିବହନ ହେବା ସହିତ ବନ୍ଦରର ବର୍ଥକୁ ୧୮ ମିଟର ଗଭୀର କରାଯାଇ ବନ୍ଦରରେ କେପ୍ ସାଇଜ ଜାହାଜ ଲାଗିବା ପାଇଁ ମାର୍ଚ୍ଚରୁ ଆରମ୍ଭ ହେବ ଓ୍ବଷ୍ଟର୍ନ ଡକ୍ ପ୍ରୋଜେକ୍ଟ । ସବୁ ବିଭାଗରେ ଉନ୍ନତ ହେଉଛି ପାରାଦ୍ଵୀପ ବନ୍ଦର । ଚଳିତବର୍ଷ ଠାରୁ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ପାରାଦ୍ଵୀପ ବନ୍ଦର ପକ୍ଷରୁ କୌଣସି ଶୁଳ୍କ ବଢାଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରନାଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.