ETV Bharat / state

ନିଜ ରେକର୍ଡ ଭାଙ୍ଗିଲା ପାରାଦ୍ବୀପ ପୋର୍ଟ, ପଣ୍ୟ କାରବାରରେ ଦେଶରେ 1 ନଂ - Paradip Port breaks its own record

Paradip port Sets New Record: ଚଳିତ ବର୍ଷ ପାରାଦ୍ୱୀପ ବନ୍ଦର କାର୍ଗୋ ହ୍ୟାଣ୍ଡଲିଂ ବା ପଣ୍ୟ କରବାରରେ ନୂଆ ରେକର୍ଡ ସୃଷ୍ଟି କରିଛି । ୨୦୨୩-୨୪ ଆର୍ଥିକ ବର୍ଷର ଯଥେଷ୍ଟ ନିର୍ଦ୍ଧାରିତ ସମୟ ପୂର୍ବରୁ ୧୦୦ ମିଲିୟନ୍ ଟନ୍ ପଣ୍ୟ କାରବାର ହୋଇଛି । ଅଧିକ ପଢନ୍ତୁ

ନିଜ ରେକର୍ଡ ଭାଙ୍ଗିଲା ପାରାଦ୍ବୀପ ପୋର୍ଟ
ପଣ୍ୟ କାରବାରରେ ଦେଶର ୧ ନଂ ପାରାଦ୍ୱୀପ ବନ୍ଦର
author img

By ETV Bharat Odisha Team

Published : Dec 20, 2023, 5:31 PM IST

Updated : Dec 20, 2023, 5:44 PM IST

ନିଜ ରେକର୍ଡ ଭାଙ୍ଗିଲା ପାରାଦ୍ବୀପ ପୋର୍ଟ

ପାରାଦ୍ବୀପ: ପାରାଦ୍ୱୀପ ବନ୍ଦରର ବିରଳ ରେକର୍ଡ । ନିର୍ଦ୍ଧାରିତ ସମୟର ପୂର୍ବରୁ ୧୦୦.୨୮ ମିଲିୟନ୍ ଟନ୍‌ କାର୍ଗୋ ହ୍ୟାଣ୍ଡଲିଂ କରି ୧୫୦ ମିଲିୟନ୍ ଟନ୍‌ ଟାର୍ଗେଟ ଅଭିମୁଖେ ଅଗ୍ରସର ହୋଇଛି ପାରାଦ୍ୱୀପ ବନ୍ଦର । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର ଯଥେଷ୍ଟ ଅବ୍ୟବ‌ହିତ ପୂର୍ବରୁ ପାରାଦ୍ୱୀପ ବନ୍ଦର ପୁଣି ଥରେ ୧୦୦ ମିଲିୟନ୍ ଟନ୍ ପଣ୍ୟ କାରବାର କରି ବନ୍ଦର ଇତିହାସରେ ପୁଣି ଏକ ବିରଳ ରେକର୍ଡ ସୃଷ୍ଟି କରିଛି ।

ଗତ ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରୁ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ମାସ ୯ ତାରିଖରେ ବନ୍ଦରରେ ପଣ୍ୟ କାରବାର ୧୦୦ ମିଲିୟନ୍ ପାର୍ କରିଥିଲା । ଏଥର ଗତ ଦିନର ୨୨ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ମାସ ୧୮ ତାରିଖରେ ଏହି ରେକର୍ଡ ପାର୍ କରିଛି । ଯାହାକି ଗତ ବର୍ଷ ବନ୍ଦରରେ ୧୦୦ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାରକୁ ମାତ୍ର ୨୮୪ ଦିନ ସମୟ ଲାଗିଥିଲା । ହେଲେ ଚଳିତବର୍ଷ ୧୦୦ ମିଲିୟନ୍ ଟନ୍‌ କାର ବାର ମାତ୍ର ୨୬୨ ଦିନରେ ପାର୍ କରିପାରିଛି । ନିର୍ଦ୍ଧାରିତ ସମୟ ସୀମାରେ ପ୍ରାୟ ୧୫୦ ମିଲିୟନ୍ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡେଲ୍ କରିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ବନ୍ଦରମାନଙ୍କ ମଧ୍ୟରେ ପାରାଦ୍ୱୀପ ବନ୍ଦର ଏକମାତ୍ର ବନ୍ଦର ଭାବରେ ଯିଏ କି ଏହି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ....ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ

ପାରାଦ୍ୱୀପ ବନ୍ଦର ସଫଳତାର ଶୀର୍ଷରେ ସମଗ୍ର ଦେଶରେ ୧ ନମ୍ବର ବନ୍ଦରର ସ୍ଥାନ ଗ୍ରହଣ କରିପାରିଛି । ତେଣୁ ବିଭିନ୍ନ ବନ୍ଦର ପକ୍ଷରୁ ପାରାଦ୍ୱୀପ ବନ୍ଦରକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଶ୍ରେଷ୍ଠତାର ଶ୍ରେୟ ବନ୍ଦର କର୍ତ୍ତୃପକ୍ଷ ସମସ୍ତ ବନ୍ଦର ଅଧିକାରୀ, କର୍ମଚାରୀ, ଓ ଶ୍ରମିକମାନଙ୍କ ସମେତ ସମସ୍ତ ବନ୍ଦର ବ୍ୟବହାରକାରୀଙ୍କୁ ଦେଇଛନ୍ତି ବନ୍ଦର କର୍ତ୍ତୃପକ୍ଷ । ତେବେ ଏହି ପ୍ରକ୍ରିୟା ଜାରି ରହିଲେ ଖୁବ୍ ଶୀଘ୍ର ବନ୍ଦର ୧୫୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିପାରିବ । ଏହାସହ ପୁଣି ଏକ ବିରଳ ରେକର୍ଡ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରାନିଧ । ଏହାରି ଭିତରେ ପାରାଦ୍ୱୀପ ବନ୍ଦର ଗୋଟିଏ ପରେ ଗୋଟିଏ ସଫଳତା ଶୀର୍ଷ ଛୁଇଁଛି । ୨୦୩୦ ସୁଧା ଏହି ବନ୍ଦରକୁ ଏକ ସୁବୁଜ ସ୍ମାର୍ଟ ପୋର୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Dec 20, 2023, 5:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.