ETV Bharat / state

ନିର୍ବାଚନୀ ଇସ୍ତହାର ପ୍ରକାଶ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲ

ଜାତୀୟ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନୀ ଇସ୍ତହାର ପ୍ରକାଶ କରିଥିବା ବେଳେ ପାରାଦ୍ବୀପର ନିର୍ବାଚନ ମଣ୍ଡଳୀର ପାର୍ଥୀ ହୋଇଥିବା ବାପି ସର୍ଖେଲ ନିଜର ନିର୍ବାଚନୀ ଇସ୍ତହାର ପ୍ରକାଶ କରିଛନ୍ତି।

author img

By

Published : Apr 12, 2019, 1:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଜଗତସିଂହପୁର: ପ୍ରକାଶ ପାଇଲା ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲଙ୍କ ନିର୍ବାଚନୀ ଇସ୍ତହାର। ଏହି ନିର୍ବାଚନୀ ଇସ୍ତାହାରରେ ଜିଲ୍ଲାର ଉନ୍ନତୀ ପାଇଁ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ସେଥିମଧ୍ୟରୁ କୃଷକ,ମତ୍ସ୍ୟଜୀବୀ, ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି, ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପ୍ରଦାନ କରିବା ସହିତ ସ୍ବାସ୍ଥ୍ୟ, ଶିକ୍ଷା, ପ୍ରଦ୍ୟୁଷଣ ଓ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

କେନ୍ଦ୍ରରେ କଂଗ୍ରେସ ସରକାର ଆସିବା ସହ ସେ ନିଜେ ଯଦି ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି ପ୍ରଥମେ ପାରାଦ୍ବୀପରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନରେ ଜମିହରା ଓ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । ଏହାସହ ମହିଳାଙ୍କୁ ଆତ୍ମନିର୍ଭରଶୀଳ , ମତ୍ସ୍ୟଜୀବୀଙ୍କୁ ଆନୁସଙ୍ଗିକ ସୁବିଧା, କୃଷକଙ୍କୁ ଚାଷ ସାମଗ୍ରୀ ଯୋଗାଇ ଦେବା ସହ ସ୍ବାସ୍ଥ୍ୟବୀମା ଏବଂ ଶୀତଳ ଭଣ୍ଡାର ନିର୍ମାଣ କରିବେ ବୋଲି ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ସେହିପରି ଚିକିତ୍ସା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜନସାଧାରଣଙ୍କ ପାଇଁ ସଙ୍ଗମସ୍ଥଳୀ ଭୂତମୁଣ୍ଡାଇ ଠାରେ ଏକ ସୁପର ସ୍ପେଶାଲ ହସପିଟାଲ ନିର୍ମାଣ ହେବ। ଶିକ୍ଷା ବ୍ୟବସ୍ଥା ଉପରେ ସୁଧାର ଆଣିବା, ପାରାଦ୍ବୀପରେ ପ୍ରଦ୍ୟୁଷଣ ରୋକିବା ସହ ପାରାଦୀପକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବା ପାଇଁ ଇସ୍ତହାରରେ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ ।

ଏହି ଅବସରରେ ପାରାଦ୍ବୀପ ପୌର ପରିଷଦର ୭ନଂ ଓ୍ବାର୍ଡର ପରିଷଦ ଅନୀଲ ବେହେରା ଓ ତାଙ୍କ ସମର୍ଥକ ବିଧିବଦ୍ଧ ଭାବେ ବିଜେପି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି।

ଜଗତସିଂହପୁରରୁ ସନ୍ତୋଷ ପାତ୍ର, ଇଟିଭି ଭାରତ

Intro:Body:

gfdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.