ETV Bharat / state

ପାରାଦୀପରେ ଖୋଲିବ କୋଭିଡ 19 ହସ୍ପିଟାଲ

author img

By

Published : Apr 15, 2020, 8:17 PM IST

ପାରାଦୀପ ବନ୍ଦର ସହଯୋଗରେ ବିଜୁ ଯାତ୍ରୀ ନିବାସରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ୧୯ ହସ୍ପିଟାଲ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

ପାରାଦୀପରେ ଖୋଲିବ କୋଭିଡ 19 ହସ୍ପିଟାଲ
ପାରାଦୀପରେ ଖୋଲିବ କୋଭିଡ 19 ହସ୍ପିଟାଲ

ଜଗତସିଂହପୁର: ଜିଲ୍ଲାର ପାରାଦୀପ ଠାରେ ୧୦୦ ସଂଖ୍ୟା ବିଶିଷ୍ଟ କୋଭିଡ ୧୯ ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ପାରାଦୀପ ପୋର୍ଟ ସହିତ ଜିଲ୍ଲା ପ୍ରଶାସନ ରାଜିନାମା ସ୍ବାକ୍ଷରିତ କରିଛି । ବୁଧବାର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା ।

ପାରାଦୀପରେ ଖୋଲିବ କୋଭିଡ 19 ହସ୍ପିଟାଲ

ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟା ପଣ୍ଡା ଏବଂ ପାରାଦୀପ ପୋର୍ଟ ଅଧକ୍ଷ ଲିଙ୍କେସ ରାୟ ଉପସ୍ଥିତ ଥିଲେ । ଜିଲ୍ଲାରେ ଏବେ ପର୍ଯ୍ୟନ୍ତ କୌଣସି ପଜିଟିଭ ରୋଗୀ ଚିହ୍ନଟ ହୋଇନାହାନ୍ତି ।

ତେବେ ପାରାଦୀପ ବନ୍ଦର ସହଯୋଗରେ ବିଜୁ ଯାତ୍ରୀ ନିବାସରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ୧୯ ହସ୍ପିଟାଲ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାର ସମସ୍ତ ଅର୍ଥକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବହନ କରିବ ବୋଲି ସ୍ଥିର ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.