ETV Bharat / state

JSW ପ୍ରକଳ୍ପକୁ ବିରୋଧ, ଜିଲ୍ଲାପାଳଙ୍କ ବୈଠକକୁ ବର୍ଜନ କରିବ 3 ପଞ୍ଚାୟତ - ଜେଏସଡବ୍ଲୁ ପ୍ରକଳ୍ପକୁ ବିରୋଧ

ଢିଙ୍କିଆ ଗ୍ରାମ ପଞ୍ଚାୟତର ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଆଜି(ବୁଧବାର) ଜିଲ୍ଲାପାଳ ଡାକିଥିବା ବୈଠକକୁ ତିନି ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି ବର୍ଜନ କରିବେ । ଅଧିକ ପଢନ୍ତୁ...

JSW ପ୍ରକଳ୍ପକୁ ବିରୋଧ, ଜିଲାପାଳଙ୍କ ବୈଠକକୁ ବର୍ଜନ କରିବ 3 ପଞ୍ଚାୟତ

author img

By

Published : Nov 10, 2021, 7:46 AM IST

ଜଗତସିଂହପୁର: ଜିଲ୍ଲାର ବହୁ ଚର୍ଚ୍ଚିତ ଢିଙ୍କିଆ ଗ୍ରାମ ପଞ୍ଚାୟତର ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ବିବାଦ ଜୋର ଧରଛି । ଆଜି(ବୁଧବାର) ଜିଲ୍ଲାପାଳ ଡାକିଥିବା ବୈଠକକୁ ତିନି ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି ବର୍ଜନ କରିବାକୁ ନିଷ୍ପତ୍ତି ନେବା ସହିତ ଏହାର ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

JSW ପ୍ରକଳ୍ପକୁ ବିରୋଧ, ଜିଲାପାଳଙ୍କ ବୈଠକକୁ ବର୍ଜନ କରିବ 3 ପଞ୍ଚାୟତ

JSW ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ଗଡ଼ କୁଜଙ୍ଗ, ନୂଆଗାଁ, ଗୋବିନ୍ଦପୁର, ମହାଳ ଓ ପାଟଣା ଗ୍ରାମର ଲୋକେ JSWକୁ ଅନେକାଂଶରେ ସମର୍ଥନ କରୁ ଥିବାବେଳେ ଜିନ୍ଦଲ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ଥ ହେବାକୁ ଥିବା ଢ଼ିଙ୍କିଆ, ଚାରିଦେଶ, ନୂଆ ଗାଁ ଓ ଗଡ଼ କୁଜଙ୍ଗ ଅଞ୍ଚଳରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଛି । ଗତକାଲି(ମଙ୍ଗଳବାର) ପ୍ରତ୍ୟେକ ଗାଁର ମୁରବୀମାନେ ବସି ଜିଲ୍ଲାପାଳ ଡାକିଥିବା ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଶିଳ୍ପାୟନ ପାଇଁ ପୈତୃକ ଭିଟାମାଟି ଓ ଧାନ-ପାନ-ମୀନକୁ ଛାଡିବା ସମ୍ଭବ ନୁହେଁ ବୋଲି ଗ୍ରାମବାସୀ ଚରମ ବାଣୀ ଶୁଣାଇଛନ୍ତି । ଯାହାକୁ ନେଇ ପ୍ରଶାସନ ଅଡୁଆରେ ପଡିଛି । JSW ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ପାରଲ ପଟୱାରୀ ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ସହ ଆଲୋଚନା ପାଇଁ ଆଜି ସମୟ ଧାର୍ଯ୍ୟ କରି ଥିବାବେଳେ 3ଟି ପଞ୍ଚାୟତର ଜନ ପ୍ରତିନିଧି ଓ ଗାଁ ମୁରବୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.