ETV Bharat / state

ପୁଲୱାମା ଆକ୍ରମଣକୁ ବର୍ଷେ; ସ୍ମୃତିରେ ଶହୀଦ ପ୍ରସନ୍ନ ସାହୁ

author img

By

Published : Feb 14, 2020, 5:10 AM IST

Updated : Feb 14, 2020, 7:21 AM IST

ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଥିବା ବେଳେ ଆଜିବି ଆତ୍ମୀୟଙ୍କ ଆଖିରୁ ଶୁଖିନି ଲୁହ। ଆଜିବି ଗୁମୁରି ଗୁମୁରି କାନ୍ଦୁଛି ଗାଁ । ଖୋଜୁଛି ମାଟିର ବୀର ସନ୍ତାନକୁ । ଦେଖନ୍ତୁ ଏହି ରିପୋର୍ଟ...

one year to pulwama attack, in memory martyre prasanna sahoo, homage to pulwama martyre in jagatsinghpur, ଜଗତସିଂହପୁରରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ, ପୁଲୱାମା ଆକ୍ରମଣକୁ ବର୍ଷେ, ସ୍ମୃତିରେ ଶହୀଦ ପ୍ରସନ୍ନ ସାହୁ
ପୁଲୱାମା ଆକ୍ରମଣକୁ ବର୍ଷେ; ସ୍ମୃତିରେ ଶହୀଦ ପ୍ରସନ୍ନ ସାହୁ

ଜଗତସିଂହପୁର: ଫେବୃଆରୀ 14, 2019 । ପ୍ରେମର ଏହି ଦିନରେ ଘୃଣା ଓ ଆତଙ୍କିରାଜରେ ଥରି ଉଠିଥିଲା ଜମ୍ମୁ କଶ୍ମୀରର ପୁଲୱାମା ସହର । କ୍ଷଣିକରେ ସ୍ତବ୍ଧ ହୋଇଯାଇଥିଲା ଦେଶ ଓ ଭାରତୀୟଙ୍କ ପାଇଁ ଦିନଟି ପାଲଟିଗଲା କଳା ଦିବସ । ଆତଙ୍କୀ ଆକ୍ରମଣର ଶିକାର ହୋଇଥିଲେ ଭାରତୀୟ ଯବାନ । ଆଖି ପିଛୁଳାକେ ନୀରବି ଯାଇଥିଲେ ଭାରତମାତାର 40 ସୁଯୋଗ୍ୟ ସନ୍ତାନ । ଆଉ ଏହି ବୀର ଯବାନଙ୍କ ମଧ୍ୟରେ ଥିଲେ ଓଡିଶା ମାଟିର ଗର୍ବ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରି ଶିଖର ଗାଁର ବୀର ଓଡିଆ ପୁଅ ପ୍ରସନ୍ନ ସାହୁ ।

ଏହା ଭିତରେ ପୁଲୱାମା ଆତଙ୍କୀ ଆକ୍ରମଣକୁ ପୁରିଛି ବର୍ଷେ । ତଥାପି ଆତ୍ମୀୟଙ୍କ ଆଖିରୁ ଶୁଖିନି ଲୁହ। ଗୁମୁରି ଗୁମୁରି କାନ୍ଦୁଛି ଗାଁ ମାଟି। ଖୋଜୁଛି ତାର ବୀର ସନ୍ତାନକୁ । ସେପଟେ ବର୍ଷକ ତଳୁ ବାପାଙ୍କୁ ହରାଇ, ଆଜି ବି ବାପାଙ୍କୁ ବୀରତ୍ବ ସଲାମ ଜଣାଇ ଝୁରି ହେଉଛି ଝିଅ ରୋନି।

ସେପଟେ ଗ୍ରାମବାସୀଙ୍କ ମନରୁ ବି ଆଜି ଯାଏଁ ଲିଭିନି ପ୍ରସନ୍ନଙ୍କ ସ୍ମୃତି । ଗାଁ ମନ୍ଦିର ପୁନରୁଦ୍ଧାର କରିବାର ତାଙ୍କର ଶେଷ ଇଚ୍ଛା ପୂରଣ ହେବା ଆଗରୁ ହିଁ ଚିରଦିନ ପାଇଁ ନୀରବି ଯାଇଛନ୍ତି ସେ । ତେବେ ଶହୀଦ ପ୍ରସନ୍ନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଗ୍ରାମବାସୀ ଏକ ତିନି ଦିନିଆ କାର୍ଯ୍ୟକ୍ରମରେ ଆୟୋଜନ କରିଛନ୍ତି । ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ରହିଥିବା ବେଳେ ଉଦ୍ଦେଶ୍ୟ ରହିଛି ଆଗାମୀ ଭବିଷ୍ୟତଙ୍କ ପାଖରେ ପ୍ରସନ୍ନଙ୍କ ମହତ ଉଦ୍ଦେଶ୍ୟ ଓ ଆଦର୍ଶ ପହଞ୍ଚାଇବା ।

ତେବେ ଆଗକୁ ଶହୀଦଙ୍କ ସମ୍ମାନାର୍ଥେ ଏକ ‘ଶହୀଦ ପ୍ରସନ୍ନ ସାହୁ ସ୍ମୃତି କମିଟି’ ଗଠନ କରାଯିବାର ଯୋଜନା ରହିଛି । ଏହି ଯୋଜନାରେ ଗାଁରେ ପ୍ରସନ୍ନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Feb 14, 2020, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.