ETV Bharat / state

ଜଗତସିଂହପୁରରେ ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି

author img

By

Published : Sep 16, 2020, 6:40 AM IST

ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟର କୋଭିଡ୍‌ ୱାର୍ଡରେ ଚିକିତ୍ସାଧିନ ଥିବା ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ
କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ ୱାର୍ଡରେ ଚିକିତ୍ସାଧିନ ପାଣିସାଳିଆ ଅଞ୍ଚଳର ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

କିଛିଦିନ ପୂର୍ବରୁ ଉକ୍ତ ବ୍ୟକ୍ତି ଜଣଙ୍କ କୋରୋନାରେ ସଂକ୍ରମିତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟର କୋଭିଡ୍‌ ୱାର୍ଡରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ସନ୍ଧ୍ୟା ସମୟରେ ତାଙ୍କର ଅବସ୍ଥା ଗୁରୁତର ହେବା ସହ ନିଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ ।

ରାତି ସାଢେ 11ଟାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ତେବେ ତାଙ୍କର କୋରୋନାରେ ମୃତ୍ୟୁ ଘଟିଛି କି ନାହିଁ ତାହା ସରକାରଙ୍କ ପକ୍ଷରୁ ଜଣାପଡିନାହିଁ ।

ସୂଚନା ଥାଉକି, ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନାରେ 6 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 3188 ଜଣ ଆକ୍ରାନ୍ତ ହୋଇଛନ୍ତି । 2264 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.