ETV Bharat / state

ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ, ଦାବିପୂରଣ ନହେଲେ ଆନ୍ଦୋଳନ ଧମକ - ଦାବିପୂରଣ ନହେଲେ ଆନ୍ଦୋଳନ ଧମକ

ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ । ଦାବିପୂରଣ ନହେଲେ ହେବ ଆନ୍ଦୋଳନ । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ, ଦାବିପୂରଣ ନହେଲେ ଆନ୍ଦୋଳନ ଧମକ

author img

By

Published : Nov 13, 2022, 10:32 AM IST

ଜଗତସିଂହପୁର: ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ। ଦାବିପୂରଣ ନହେଲେ ହେବ ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀ ମହାସଂଘ ଆଜି ବିକ୍ଷୋଭ କରିବା ସହ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ, ରାଜ୍ୟସରକାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିଛନ୍ତି । ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ନିଯୁକ୍ତ ଆୟୁଷ ଡାକ୍ତରମାନଙ୍କୁ ଅଣଦେଖା କରାଯାଉଛି ।

ଏହାକୁ ଭିତ୍ତିକରି ଓଡ଼ିଶା ଠିକା କର୍ମଚାରୀ ମହାସଂଘ ଜଗତସିଂହପୁର ଶାଖା ପକ୍ଷରୁ ନିୟମିତ ଚାକିରି ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନ ଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି । ସୂଚନା ନୁସାରେ, ଦୀର୍ଘ ବର୍ଷ ହେବ ଏମାନେ ଚାକିରୀ କଲେଣି । ହେଲେ ହୋଇପାରିନାହିଁ ସ୍ଥାୟୀ । ବନ୍ୟା, ବାତ୍ୟା ଏଭଳିକି କୋଭିଡ ମହାମାରୀ ସମୟରେ ଜୀବନକୁ ବାଜିରେ ଲଗାଇ ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ସ୍ୱାସ୍ଥ୍ୟ ଠିକା କର୍ମଚାରୀ । କିନ୍ତୁ ରାଜ୍ୟସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ଠିକା କର୍ମଚାରୀ ।

ତେଣୁ ଚୁକ୍ତି ଉଚ୍ଛେଦ କରି ସ୍ଥାୟୀ ଚାକିରୀ ନଦେଲେ ଅସହଯୋଗ ଆନ୍ଦୋଳନରେ ସାମିଲ ହେବେ ଜିଲ୍ଲାର ଶହଶହ ସ୍ୱାସ୍ଥ୍ୟ ଠିକା କର୍ମଚାରୀ । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ସ୍ୱାସ୍ଥ୍ୟ ଠିକା କର୍ମଚାରୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.