ETV Bharat / state

କୋରୋନା ପ୍ରଭାବରେ ରାମ ନବମୀ ଫିକା, କେବଳ ନୀତିକାନ୍ତିରେ ସରିଲା ମହୋତ୍ସବ - Ram navami in jagatsinghpur district

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ରାମ ମନ୍ଦିର ଭକ୍ତ ଶୂନ୍ୟ । ଘରେ ରାମ ନବମୀ ପାଳିଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ.....

କୋରୋନା ପ୍ରଭାବରେ ରାମ ନବମୀ ଫିକା , ଜନଶୁନ୍ୟ ବିଭିନ୍ନ ରାମ ମନ୍ଦିର

author img

By

Published : Apr 21, 2021, 9:08 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ରାମ ନବମୀ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମୋତ୍ସବ ପାଳିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରାମ ନବମୀ ପାଇଁ କଟକଣା ଜାରି କରାଯାଇଥିଲା। କୋଭିଡ ନିୟମ ଅନୁଯାୟୀ ପ୍ରତ୍ୟେକ ରାମ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯିବା ସହ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ଓ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଥିଲା ।

କୋରୋନା ପ୍ରଭାବରେ ରାମ ନବମୀ ଫିକା , ଜନଶୁନ୍ୟ ବିଭିନ୍ନ ରାମ ମନ୍ଦିର

କେବଳ ନୀତିକାନ୍ତି କରାଯିବା ନେଇ ପୂଜକଙ୍କୁ ମିଶାଇ ମୋଟ 10 ଜଣଙ୍କୁ ମନ୍ଦିରରେ ଉପସ୍ଥିତ ରହିବା ପାଇଁ ଅନୁମତି ଦିଆଯାଇଥିଲା । ତେବେ ବିଭିନ୍ନ ମନ୍ଦିରରେ ଏହି ନିୟମ ଅନୁସାରେ ନୀତି ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ନିଜ ଘରେ ଭଗବାନ ରାମଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ବିଭିନ୍ନ ସାଇ ମନ୍ଦିରରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଭକ୍ତ ଯେପରି ମନ୍ଦିରକୁ ନଆସିବେ ସେଥିନେଇ ମନ୍ଦିର ପରିସରରେ 144 ଧାରା ମଧ୍ୟ ଜାରି କରିଛି ପ୍ରଶାସନ । କରୋନା କଟକଣା ମାନିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.