ଜଗତସିଂହପୁର: ଅଲୋଡ଼ା ହୋଇପଡୁଛି ଶିଶୁକନ୍ୟା। ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରାଯାଉଥିଲେ ମଧ୍ୟ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରୁନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନ ଅନ୍ତର୍ଗତ ଜିରାଇଲୁ ପଞ୍ଚାୟତର ଏକଘରକିଆ ଗ୍ରାମରେ।
ରବିବାର ଅପରାହ୍ନରେ ଗାଁ ମୁଣ୍ଡ ପୋଲ ନିକଟରୁ ଏକ ଶିଶୁକନ୍ୟା କାନ୍ଦୁଥିବା ଶବ୍ଦ ଶୁଣି ଲୋକେ ପୋଲ ତଳୁ ଏକ ଶିଶୁ କନ୍ୟା ଉଦ୍ଧାର କରିଥିଲେ। ଶିଶୁଟିକୁ ଲୋକେ ଏରସମା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ଶିଶୁଟି ଅସୁସ୍ଥ ଅଧିକ ହୋଇଯିବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାନାନ୍ତର କରାଯାଇଛି।
ଶିଶୁ କନ୍ୟାକୁ କେହି ପୋଲତଳକୁ ଫିଙ୍ଗିଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଶିଶୁର ଅବସ୍ଥା ସ୍ଥିର ଥିବା ମେଡ଼ିକାଲରୁ ଜଣାପଡିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ