ETV Bharat / state

ଜଗତସିଂହପୁର ଜିଲ୍ଲାରୁ ଆଉ 43 ନୂଆ କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 27, 2020, 9:16 PM IST

ଜଗତସିଂହପୁର ଜିଲ୍ଲାରୁ ଆଜି ନୂଆ 43 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

New 43 COVID-19 case reported in Jagatsinghpur, total tally moves to 1617
ଜିଲ୍ଲାରୁ ଆଉ 43 ନୂଆ କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର: ଜିଲ୍ଲାରୁ ଆଜି ନୂଆ 43 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 43ଜଣଙ୍କ ମଧ୍ୟରୁ ବାଲିକୁଦାରୁ 5, ବିରିଡିରୁ 2, ଜଗତସିଂହପୁର ବ୍ଲକରୁ 6, ଜଗତସିଂହପୁର ପୌରାଞ୍ଚଳରୁ 3 କୁଜଙ୍ଗରୁ10, ନାଉଗାଁରୁ 5, ପାରାଦ୍ୱୀପ ପୌରାଞ୍ଚଳରୁ 4, ରଘୁନାଥପୁରରୁ 5, ଓ ତିର୍ତ୍ତୋଲରୁ 3 ଜଣ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରୁ ଆଉ 43 ନୂଆ କୋରୋନା ପଜିଟିଭ ଚିହ୍ନଟ

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରୁ ଅଧିକାଂଶ କଟକ ଏସିବି ମେଡ଼ିକାଲରୁ ସଂକ୍ରମିତ ହୋଇଛନ୍ତି । ଏଥିସହିତ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପାରାଦ୍ୱୀପରୁ ଦୁଇ ଜଣ ସଂକ୍ରମଣର ଶିକାର ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1617 କୁ ବୃଦ୍ଧି ପାଇଛି। ତେବେ 1064 ଜଣ ସୁସ୍ଥ ହୋଇଥିବା ବେଳେ, 551 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା 2 ରେ ସ୍ଥିର ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.