ETV Bharat / state

ପାରାଦ୍ୱୀପ ପୋର୍ଟ ସହ ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ପାଳିତ - ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ଜୟନ୍ତୀ

ପାରାଦ୍ୱୀପ ବନ୍ଦର ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ

ପାରାଦ୍ୱୀପ ପୋର୍ଟ ସହ ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ପାଳିତ

author img

By

Published : Jan 23, 2022, 8:36 PM IST

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲାସ୍ଥିତ ପାରାଦ୍ୱୀପ ବନ୍ଦର ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରନାଦ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନେତାଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଧବା ନନ୍ଦ ପ୍ରତିହାରୀ ଓ ଭାଗୀରଥି ଦାସଙ୍କୁ ସମର୍ଦ୍ଧିତ କରାଯାଇଛି ।

ପାରାଦ୍ୱୀପ ପୋର୍ଟ ସହ ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ପାଳିତ

ନେତାଜୀଙ୍କ ଭଳି ଜଣେ କ୍ରାନ୍ତୀବୀର ସମଗ୍ର ପୃଥିବୀରେ ବିରଳ । ଦେଶ ମାତୃକାର ମୁକ୍ତି ପାଇଁ ସ୍ୱାଧୀନତା ସଂଗ୍ରାମର ପୁରୋଧା ଭାବରେ ସେ ପରିଚିତ ବୋଲି ବକ୍ତାମାନେ କହିଛନ୍ତି । ସେହିଭଳି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ କଲେଜ ଛକ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.