ETV Bharat / state

ଝଙ୍କଡବାସିନୀ ମା' ଶାରଳାଙ୍କ ଅଲୌକିକ ମହିମା, କୃପାକଲେ ମିଳେ ସୁଖ ଶାନ୍ତି - ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ । ଦିନ କେଇଟା ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ । ସମସ୍ତ ଶକ୍ତିପୀଠରେ ମା'ଙ୍କ ସ୍ବତନ୍ତ୍ର ପୂଜା ଜାରି ରହିିଛି । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠରେ ମଧ୍ୟ ସ୍ବତନ୍ତ୍ର ପୂଜା ଚାଲୁ ରହିଛି । ଜାଣନ୍ତୁ ମା'ଙ୍କ ମହିମା ବିଷୟରେ । ଅଧିକ ପଢନ୍ତୁ

ଝଙ୍କଡବାସିନୀ ମା' ଶାରଳାଙ୍କ ଅଲୌକିକ ମହିମା, କୃପା କଲେ ମିଳେ ସୁଖ ଶାନ୍ତି

author img

By

Published : Sep 28, 2022, 2:16 PM IST

ଜଗତସିଂହପୁର: ଝଙ୍କଡବାସିନୀ ସେ ମା' ଶାରଳା । ସେ ସିଦ୍ଧି ବୁଦ୍ଧି ପ୍ରଦାୟିନୀ, ଆଦିଶକ୍ତି, ସୃଷ୍ଟିକାରିଣୀ ମା' ଶାରଳା । ମା'ଙ୍କ ଅଲୌକିକ ମହିମା । ଯାହାଙ୍କ କୃପା ଲାଭ କରି ମୁର୍ଖ ହୁଏ ପଣ୍ଡିତ, ଦରିଦ୍ର ହୁଏ କୁବେର ସମ ଧନବାନ । ମା'ଙ୍କ କୃପା ଦୃଷ୍ଟିରେ ଜଗତ ହୁଏ ଜ୍ଞାନଲୋକରେ ଉଦଦ୍ଭାସିତ । ଯାହାଙ୍କ ଦୟାରୁ କବି ଲେଖନୀରୁ ଅବିଛୁରିତ ହୁଏ କାବ୍ୟ ଝଙ୍କାର ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଉତ୍କଳ ଭାରତୀ ଓଡ଼ିଶାର ଅନ୍ୟତମ ଶକ୍ତି ସ୍ବରୁପିଣୀ ମା' ଶାରଳା । ସତ୍ୟଯୁଗର ଜଗତସିଂହପୁର ଜିଲ୍ଲାରେ ପୂଜା ପାଇ ଆସୁଛନ୍ତି ମା' । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଜଳ ହୋଇଛି ପୀଠ ।

ପୁରାଣ କଥିତ ଅନୁସାରେ ସତ୍ୟଯୁଗରେ କୃପାଜଳ ନାମକ ଜଣେ ଋଷି ତପସ୍ୟା ବଳରେ ବାଣୀ ବୈକୁଣ୍ଠ ରଚନା କରି ମାଘ ଶୁକ୍ଳ ସପ୍ତମୀ ଦିନ ମା' ଶାରଳାଙ୍କୁ ଧରାବତରଣ କରାଇଥିଲେ । ସେହିଦିନକୁ ମା' ଶାରଳାଙ୍କ ଜନ୍ମଦିନ ରୂପେ ପାଳନ କରାଯାଇଥାଏ । ସତ୍ୟଯୁଗରେ ମହିଷାସୁର ଦେବତାଙ୍କୁ ପରାଜିତ କରିବା ପରେ ସମସ୍ତ ଦେବତାମାନେ ଆତ୍ମଗୋପନ କରିକଲେ । ମହିଷାସୁରକୁ ବିନାଶ କରିବା ପାଇଁ ବ୍ରହ୍ମା ଦେବତା ଦେବୀଙ୍କୁ ସ୍ତୁତି କରିବା ଫଳରେ ମା' ଆବିର୍ଭୂତ ହେବା ସହ ମହିଷାସୁରର ବିନାଶ ପାଇଁ ଏକ ଶିଳା ବିଗ୍ରହରେ ଶର ଦ୍ୱାରା ମହିଶା ନିଧନର ଚିତ୍ର ଅଙ୍କନ କରିଥିଲେ ।

ଝଙ୍କଡବାସିନୀ ମା' ଶାରଳାଙ୍କ ଅଲୌକିକ ମହିମା, କୃପା କଲେ ମିଳେ ସୁଖ ଶାନ୍ତି

ଏହା ଚନ୍ଦ୍ରଭାଗା ତଟଦେଶରେ ପଡି ରହିଥିଲା । ତ୍ରେତୟା ଯୁଗରେ ଭଗବାନ ପର୍ଶୁରାମ ସମଗ୍ର ପୃଥିବୀ ପରିକ୍ରମା କରିବା ପରେ ଶିଳା ପଡିଥିବା ସ୍ଥାନରେ ନିଜର ଧନୁ ରଖି ସ୍ନାନ କରି ଫେରି ଦେଖନ୍ତି ତ ନିଜର ଧନୁ ଶୂନ୍ୟକୁ ଉଠି ରହିଛି ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଭୂଗର୍ଭକୁ ଶର ନିକ୍ଷେପ କଲେ ଫଳରେ ସେଠାରୁ ଏକ ବିରାଟ ଦେବିଶକ୍ତି ଉତ୍ପନ୍ନ ହୋଇଥିଲେ । ଦେବୀଙ୍କ ରୂପ ଅସ୍ପଷ୍ଟ ଥିବାରୁ ଭଗବାନ ପର୍ଶୁରାମ ନିଜ ଶର ଦ୍ୱାରା ମୂର୍ତ୍ତିକୁ ଅଙ୍କନ କଲେ ସେହିଦିନ ଠାରୁ ମା' ଶାରଳା ନାମରେ ଅବିହିତ ହୋଇଥିଲା ।

ମା'ଙ୍କ ମହିମା ଅବର୍ଣ୍ଣନୀୟ । ଆଜକୁ 600 ସହ ବର୍ଷ ପୂର୍ବେ ବଡ଼ ଶାରଳ ଗ୍ରାମର କୃଷକ ପରିବାରରେ ଜନ୍ମ ମୁର୍ଖ ସିଧେଶ୍ୱର ପରିଡା ନାମକ ଜଣେ ଚାଷୀ ନିଜ ଜମିରେ ଚାଷ କରୁଥିଲେ । ଏହି ସମୟରେ ଲଙ୍ଗଳ ମୁଁନରେ ଏକ ପୋଥି ଆବିଷ୍କୃତ ହୋଇଥିଲା । ଯାହାକୁ ସେ ପଢି ବୁଝି ପାରିନଥିଲେ । ନିଜର ଅଜ୍ଞତାକୁ ଧିକାର କରିବା ସହ ମା'ଙ୍କ ଶରଣ ପଶିଥିଲେ । ଶୂନ୍ୟବାଣୀ ହେବାରୁ ସିଧେଶ୍ୱର ସେ ପୋଥିକୁ ନେଇ ମା'ଙ୍କ ମନ୍ଦିରବେଢାକୁ ଆସିଥିଲେ । ଏହା ପରେ ତାଙ୍କୁ ସବୁ ଦୃଶ୍ୟମାନ ହୋଇଥିଲା । ମୂର୍ଖ ସିଧେଶ୍ୱର ମା' ଶାରଳାଙ୍କ କୃପାରୁ 18 ଖଣ୍ଡ ମହାଭାରତ, ଚଣ୍ଡୀ ପୁରାଣ ଆଦି ରଚନା କରିଥିଲେ । ଯାହାକୁ ନେଇ ଆଜି ଓଡ଼ିଆ ଜାତି ଗର୍ବିତ । ଏହି ମାଟି ମହାନ ମାଟି ଏହି ମାଙ୍କ ସ୍ପର୍ଶରେ ଅଜ୍ଞାନ ଅନ୍ଧାର ଦୂର ହୋଇଛି ।

ଏହା ବି ପଢନ୍ତୁ...ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଭାଇଚାରା ସହର, ମା'ଙ୍କ ମେଢ଼ କାମରେ ମୁସଲମାନ ପରିବାର

ଏହିପରି କେଉଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି ମା' ଶାରଳା ଠାକୁରାଣୀ । ମୋଗଲ ଶାସନ ଠାରୁ ଆରମ୍ଭ କରି କଳା ପାହାଡ଼ ପର୍ଯ୍ୟନ୍ତ ବହୁ ବାର ମନ୍ଦିର ଆକ୍ରମଣ ହୋଇଛି।କିନ୍ତୁ ମା' ର ଶକ୍ତି ବଳରେ ଏଠି ସମସ୍ତେ ପରାସ୍ତ ହୋଇଛନ୍ତି । ପ୍ରସିଦ୍ଦ ସାଧକ ଦୀନବନ୍ଧୁ ଦାସଙ୍କ ଭାଷାରେ ଅଇଲା କଳା ପାହାଡ଼, ସର୍ବ ଦେବଦେବୀ ଦହନ କଲା, ତୋତେ ନ ହରାଇ ପଳାଇଲା । ଏହି ଶାରଦୀୟ ପାର୍ବଣ ଅବସରରେ ମା' ଙ୍କ ପୂଜାର୍ଚ୍ଚନା ସହିତ ଭାବ ଭକ୍ତିର ସହକାରେ ଭକ୍ତ ଦୌଡ଼ି ଆସେ ମା' ର ପଣତ କନିର ତଳେ ନିଜକୁ ସମର୍ପି ଦେବାକୁ । ନବରାତ୍ରୀଠୁ ମାଆଙ୍କ ପାଖରେ ନବଦିନାତ୍ମକ ପୂଜା ହୋଇଛି । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.