ETV Bharat / state

ମାଙ୍କଡ଼ ଷଣ୍ଢଙ୍କ ଦୌରାତ୍ମ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା - ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ମାଙ୍କଡ ଓ ଷଣ୍ଢଙ୍କ ଉତ୍ପାତରୁ ମୁକ୍ତି ପାଇଁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ

ମାଙ୍କଡ଼ ଷଣ୍ଡଙ୍କ ଦୌରାତ୍ମ, ଜିଲ୍ଲାପାଲ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

author img

By

Published : Dec 8, 2022, 5:24 PM IST

ଜଗତସିଂହପୁର: ରାତି ପାହିଲେ ମାଙ୍କଡ ଓ ଷଣ୍ଢଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଉଜୁଡି ଯାଉଛି ଚାଷୀଙ୍କ ପରିଶ୍ରମର ଫଳ । ସମସ୍ୟାର ସମାଧାନ ଦିଗରେ ବିଫଳ ହୋଇଛି ବନ ବିଭାଗ । ଏହାର ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆହୋରାତ୍ର ଧାରଣାରେ ବସିଛି ନବ ନିର୍ମାଣ କୃଷକ ସଙ୍ଗଠନ ।

ମାଙ୍କଡ଼ ଷଣ୍ଡଙ୍କ ଦୌରାତ୍ମ, ଜିଲ୍ଲାପାଲ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ସଂଗଠନ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାର 17 ହଜାର ବର୍ଗ କିଲୋମିଟର ଅଞ୍ଚଳରେ 13 ଲକ୍ଷ ଲୋକ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ 75 ପ୍ରତିଶତ ଚାଷୀ । କିନ୍ତୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀ ମାରଣ ନୀତିଯୋଗୁ ଲୋକେ ଚାଷରୁ ମୁହଁ ଫେରାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲା ଧର୍ଥଙ୍ଗ ଗଡ଼ ସଂରଖିତ ଜଙ୍ଗଲରେ ପ୍ରତେକ ଦିନ ଶହ ଶହ ହରିଣ ଆସି ଫସଲ ନଷ୍ଟ କରୁଛନ୍ତି । ସେହିପରି ପ୍ରତେକ ଗାଁରେ ଶହ ଶହ ସଂଖ୍ୟାରେ ମାଙ୍କଡ଼ ପନିପରିବା ଫସଲ ନଷ୍ଟ କରି ଦେଉଛନ୍ତି । ବୁଲା ଷଣ୍ଢ ପ୍ରତି ପ୍ରଶାସନ ଆଖି ବୁଜି ଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି ।

ଖାଦ୍ୟ ଓ ପାନୀୟ ଜଳ ଅଭାବରୁ ଧର୍ତ୍ତଙ୍ଗ ଗଡ଼ ଜଙ୍ଗଲରୁ ହରିଣମାନେ ଜନ ବସତି ଆଡକୁ ଆସିବା ସହ ଫସଲ ନଷ୍ଟ କରୁଛନ୍ତି । ବାରମ୍ବାର ଅଭିଯୋଗ ପରେବି ବନ ବିଭାଗ ଚୁପ ରହୁଛି । ଧର୍ତ୍ତଙ୍ଗ ଗଡ଼ ଜଙ୍ଗଲରେ ଯେଉଁ ପାଚେରୀ ନିର୍ମାଣ କରାଯାଇଥିଲା ତାହା ଭାଙ୍ଗି ଯାଇଥିବା ହେତୁ ହରିଣ ମାନେ ଚାଲି ଆସୁଥିବା ସଂଗଠନ ଅଭିଯୋଗ କରିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଜିଲ୍ଲାରେ ମାଙ୍କଡ଼ ବନ୍ଧ୍ୟା କରଣ, ଜଙ୍ଗଲରେ ତାରବାଡ଼ ନିର୍ମାଣ ଓ ବନ୍ୟା ଜନ୍ତୁମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ, ଯୋଗାଣ , ଆଦି ଦାବି କରି ସଂଗଠନ ପକ୍ଷରୁ ଆହୋରାତ୍ର ଧାରଣା ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.