ETV Bharat / state

କାଲି ପୌର ଉପାଧ୍ୟକ୍ଷ ନିର୍ବାଚନ, ଅଜ୍ଞାତବାସରେ କାଉନସିଲ !

author img

By

Published : Apr 6, 2022, 10:55 PM IST

ଗୁରୁବାର ହେବ ଜଗତସିଂହପୁରର ଦୁଇଟି ପୌର ପରିଷଦରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହାପୂର୍ବରୁ କାଉନସିଲରଙ୍କ ପତ୍ତା ମିଳୁନି !

ଗୁରୁବାର ପୌର ଉପାଧ୍ୟକ୍ଷ ନିର୍ବାଚନ, ଅଜ୍ଞାତ ବାସରେ କାଉନସିଲ

ଜଗତସିଂହପୁର: ଜିଲ୍ଲାର ଦୁଇଟି ପୌର ପରିଷଦରେ ଉପାଧ୍ୟକ୍ଷ ପଦ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି । ଜଗତସିଂହପୁର ପୌର ପରିଷଦରେ ପୌରାଧକ୍ଷ ପଦ କଂଗ୍ରେସ ହାତକୁ ଯାଇ ଥିବାବେଳେ 21 ଟି ୱାର୍ଡ ମଧ୍ୟରୁ 9 ଟି ବିଜେଡି, 7 ଟି କଂଗ୍ରେସ, 3 ସ୍ୱାଧୀନ ଓ ଦୁଇଟି ବିଜେପି ଖାତାକୁ ଯାଇଛି । ବିଜେଡି ସ୍ଵାଧୀନ କାଉନସିଲରଙ୍କ ସମର୍ଥନରେ ଉପାଧ୍ୟକ୍ଷ ପଦ ପାଇଁ ଉଦ୍ୟମ ଚଳାଇ ଥିବାବେଳେ କଂଗ୍ରେସ ପକ୍ଷରୁ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଉପାଧ୍ୟକ୍ଷ ପଦ ହତେଇବାକୁ ଲବି ଜୋରଦାର କରିଛି ।

ତେବେ ଶାସକ ବିଜେଡିକୁ କ୍ଷମତା ଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ବିଜେପି ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅପର ପକ୍ଷରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ତିନି କାଉନସିଲରଙ୍କ ମଧ୍ୟରୁ 2 ଜଣ ପୂବରୁ ବିଜେଡି ସମର୍ଥକ ଥିଲେ । ଦଳ ତାଙ୍କୁ ଟିକେଟ ନ ଦେବାରୁ ସେମାନେ ସ୍ୱାଧୀନ ଭାବରେ ଛାଡିହୋଇ ବିଜୟୀ ହୋଇଥିଲେ । ତେବେ ସେମାନେ କଂଗ୍ରେସକୁ ସମର୍ଥନ କରୁଥିବା ଆଲୋଚନା ହେଉଛି । ନିର୍ବାଚନର ପୂର୍ବରୁ କଂଗ୍ରେସର 7, ବିଜେପିର 2 ଓ ତିନି ସ୍ୱାଧୀନ ପ୍ରାର୍ଥୀ ଅଜ୍ଞାତ ବାସରେ ଚାଲିଯାଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲି(ଗୁରୁବାର) କେଉଁ ଦଳ ଉପାଧ୍ୟକ୍ଷ ପଦ ହାତଉଛି ତାହା ଦେଖବାକୁ ବାକି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.