ETV Bharat / state

ପୌର ନିର୍ବାଚନ: ନାମାଙ୍କନର ଶେଷଦିନରେ ପ୍ରାର୍ଥୀଙ୍କ ପ୍ରବଳ ଭିଡ - ଜଗତସିଂହପୁର ପୌର ନିର୍ବାଚନ

ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପୌର ନିର୍ବାଚନ ଉପରେ ନଜର । ତେବେ ଜଗତସିଂହପୁର ପୌର ନିର୍ବାଚନ ପାଇଁ ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଲମ୍ବା ଲାଇନ ରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ଜଗତସିଂହପୁର ପୌର ନିର୍ବାଚନ ନାମାଙ୍କନର ଶେଷଦିନରେ ପ୍ରାର୍ଥୀଙ୍କ ପ୍ରବଳ ଭିଡ

author img

By

Published : Mar 7, 2022, 10:51 PM IST

ଜଗତସିଂହପୁର: ଆଜି ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ଶେଷଦିନରେ ୨.୩୦ ସୁଦ୍ଧା ପ୍ରକ୍ରିୟା ଚାଲୁ ରହିଛି । ଜଗତସିଂହପୁର ପୌର ନିର୍ବାଚନ ପାଇଁ ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଲମ୍ବା ଲାଇନ ରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ। ଶତାଧିକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ ପାଇଁ ଲମ୍ବା ଲାଇନରେ ରହି ପ୍ରତୀକ୍ଷା କରିଥିଲେ।

ଜଗତସିଂହପୁର ପୌର ନିର୍ବାଚନ ନାମାଙ୍କନର ଶେଷଦିନରେ ପ୍ରାର୍ଥୀଙ୍କ ପ୍ରବଳ ଭିଡ

ତେବେ ଗତକାଲି ବିଜୁ ଜନତା ଦଳର ଅଧକ୍ଷ ପ୍ରାର୍ଥିନୀ ଭାବେ ରାଜଶ୍ରୀ ମହାପାତ୍ରଙ୍କ ନାମ ଘୋଷଣା ହେବାପରେ ସେ ଆଜି ତାଙ୍କ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି ବିଜେପି ତାର ଅଧକ୍ଷ ପ୍ରାର୍ଥିନୀ ଭାବେ ଶ୍ରୀମତୀ ପଙ୍କଜିନିଙ୍କ ନାମ ଘୋଷଣା କରିବା ପରେ ସେ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.