ଜଗତସିଂହପୁର: ବହୁ ଚର୍ଚ୍ଚିତ ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣାରେ ନ୍ୟାୟ ପାଇବା ପାଇଁ ତାଙ୍କ ମା’ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ତାଙ୍କ ମା’ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଏବେ ସୁଦ୍ଧା ହତ୍ୟାକାରୀ ମାନେ ଖୁଲମ ଖୋଲା ବୁଲୁଥିଲେ ମଧ୍ୟ ପୋଲିସ ଅଦୃଶ୍ୟ ଚାପରେ ପଡି ହତ୍ୟାକାଣ୍ଡ ମାମଲାକୁ ରଫାଦଫା କରି ଦେଇଛି ।
ଏହାକୁ ନେଇ ସେ ବାରମ୍ବାର ତିର୍ତୋଲ ଥାନା, ଜଗତସିଂହପୁର ଏସପି ଓ ପୋଲିସ ଡିଜିପିଙ୍କୁ ଦେଖା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ପୂର୍ବେ ମୃତ ପରିବାର ଲୋକେ ବିଧାନସଭା ସମୁଖରେ ସେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ନ୍ୟାୟ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଛନ୍ତି ଅମୃତ ଦାସଙ୍କ ମା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ