ETV Bharat / state

ପାରିବାରିକ କଳହର କରୁଣ ପରିଣତି: ପୋଡି ହୋଇ ମାର ମୃତ୍ୟୁ, ଶିଶୁ ଗୁରୁତର - ଜଗତସିଂହପୁର ପୋଡି ହୋଇ ମାର ମୃତ୍ୟୁ, ଶିଶୁ ଗୁରୁତର

ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଆଁରେ ପୋଡ଼ିହୋଇ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଦେଢ଼ ବର୍ଷର ପୁଅ ଗୁରୁତର। ଅଧିକ ପଢନ୍ତୁ...

ପାରିବାରିକ କଳହର କରୁଣ ପରିଣତି: ପୋଡି ହୋଇ ମାର ମୃତ୍ୟୁ, ଶିଶୁ ଗୁରୁତର

author img

By

Published : Oct 1, 2021, 6:21 AM IST

ଜଗତସିଂହପୁର: ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଆଁରେ ପୋଡ଼ିହୋଇ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଦେଢ଼ ବର୍ଷର ପୁଅ ଗୁରୁତର। ମୃତ ମହିଳା ହେଲେ ତେଣ୍ଟଇ ଗ୍ରାମର ତପନ ସେଠୀଙ୍କ ପତ୍ନୀ ଲିପି ସେଠୀ ।

ପାରିବାରିକ ଝଗଡା କାରଣରୁ ଲିପି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଲିପିଙ୍କ ଦେଢ଼ ବର୍ଷର ପୁଅ ମଧ୍ୟ ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଥିବାରୁ ତାକୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ନାଉଗାଁ ପୋଲିସ ସାଇଣ୍ଟିଫିକ ଦଳ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.