ETV Bharat / state

ବ୍ଲକ କାର୍ଯ୍ଯାଳୟ ଆକାଉଣ୍ଟରୁ 2 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଗାଏବ ଅଭିଯୋଗ - ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଆାକାଉଣ୍ଟରୁ ଟଙ୍କା ଗାଏବ

ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଆକାଉଣ୍ଟରୁ 2 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

More than 2 crore rupees vanished from Balikuda block office's bank account
ବ୍ଲକ କାର୍ଯ୍ଯାଳୟ ଆକାଉଣ୍ଟରୁ 2 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଗାଏବ ଅଭିଯୋଗ
author img

By

Published : Jan 10, 2021, 5:24 PM IST

ଜଗତସିଂହପୁର: ଜିଲ୍ଲାର ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଆକାଉଣ୍ଟରୁ 2 କୋଟି 60 ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶନିବାର ଅପରାହ୍ନରେ ବାଲିକୁଦା ବିଡ଼ିଓ କଲ୍ୟାଣ ସୌରଭ ଦାସ ବାଲିକୁଦା ଥାନାରେ ଏତଲା ଦେଇଛନ୍ତି ।

ବ୍ଲକ କାର୍ଯ୍ଯାଳୟ ଆକାଉଣ୍ଟରୁ 2 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଗାଏବ ଅଭିଯୋଗ

ବାଲିକୁଦା ବ୍ଲକର 'ଆମ ଗାଁ ଆମ ବିକାଶ' ଯୋଜନା ଓ ସି.ଜି.ଏଫ ଫଣ୍ଡର ଅର୍ଥ ସଦେଇପୁରସ୍ଥିତ ୟୁନିୟନ ବ୍ୟାଙ୍କ ଖାତାରେ ଜମା କରାଯାଇଥିଲା । ତେବେ ଗତ ମାସ 31 ତାରିଖରେ ବ୍ଲକ ପକ୍ଷରୁ ବ୍ୟାଙ୍କ କାରବାର ଉପରେ ଅଡିଟ ହେବାରୁ ସଦେଇପୁର ୟୁନିୟନ ବ୍ୟାଙ୍କ ଜମା ଖାତାରୁ 2କୋଟି 60 ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ନଜରକୁ ଆସିଥିଲା । ଏହା ଜଣାପଡିବା ପରେ ବ୍ୟାଙ୍କ ପରିଚାଳକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା ।

ତେବେ ଏହି ଘଟଣା ସମ୍ପର୍କରେ ବିଡିଓ ବାଲିକୁଦା ଥାନାରେ ଏତଲା ଦେଇଛନ୍ତି । ପୋଲିସ ପକ୍ଷରୁ ବ୍ଲକ ପ୍ରଶାସନର ଅଡିଟ ରିପୋର୍ଟ ଓ ବ୍ୟାଙ୍କର ଟ୍ରାନଜାକ୍ସନ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି । ତେବେ ପୂର୍ବରୁ ଦୀର୍ଘ 4 ବର୍ଷ ଧରି ଥିବା ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଯୁଗଳ କିଶୋର ମହାପାତ୍ରଙ୍କ ଅନ୍ୟତ୍ର ବଦଳି ହୋଇଥିଲା । ପରେ ଗତ ଜାନୁଆରୀ 2 ତାରିଖରେ ଭୁବନେଶ୍ୱର ରେଳ ଧାରଣା ନିକଟରୁ ତାଙ୍କ ମୃତଦେହ ମିଳିଥିଲା । ତେବେ ତାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବ୍ଲକ ଆକାଉଣ୍ଟରୁ ଏତେ ଟଙ୍କା ଗାଏବ ହେବା ଏବେ ପୋଲିସର ସନ୍ଦେହକୁ ଦ୍ୱିଗୁଣିତ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.