ETV Bharat / state

Heart Touching Story: ମଣିଷ ମାଙ୍କଡ଼ର ସମ୍ପର୍କ, ମହିଳାଙ୍କ ମୃତଦେହ ନିକଟରେ ଝରାଇଲା ଲୁହ

author img

By

Published : Mar 3, 2023, 10:40 PM IST

ଚର୍ଚ୍ଚାରେ ମଣିଷ ମାଙ୍କଡ଼ର ସମ୍ପର୍କ । ଜଗତସିଂହପୁର ଏରସମା ବ୍ଲରରେ ମହିଳାଙ୍କ ମୃତ୍ୟୁ ପରେ ମୃତଦେହ ନିକଟରେ ଜଗି ବସିଲା ମାଙ୍କଡ଼ । ସକାଳ ଯାଇ ସନ୍ଧ୍ୟା ହେଲା, ହେଲେ ସେମିତି ଜଗି ବସିଥିଲା ମାଙ୍କଡ । ମୃତଦେହ ଶ୍ମଶାନକୁ ନେବା ବେଳେ ବିଚଳିତ ହୋଇ ଏଣେତେଣେ ଧାଇଁବା ସହ ଲୁହ ଗଡ଼ାଇଲା । ଅଧିକ ପଢନ୍ତୁ

Monkey cries for woman
Monkey cries for woman
Heart Touching Story

ଜଗତସିଂହପୁର: ସ୍ବାର୍ଥପର ଦୁନିଆରେ କେତେବେଳେ ସନ୍ତାନ ମାଆବାପାଙ୍କୁ ପାଦରେ ଏଡାଇ ଦେଉଛି ତ କେତେବେଳେ ବୃଦ୍ଧାଶ୍ରମରେ ଛାଡୁଛି । ମଣିଷ ସମ୍ପର୍କର ମୂଲ୍ୟକୁ ବୁଝିପାରୁନଥିବା ବେଳେ ପଶୁପକ୍ଷୀଙ୍କ ନିଚ୍ଛକ ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ଯେମିତି ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ମଣିଷ ଓ ମାଙ୍କଡ଼ର ପ୍ରେମଭରା ସମ୍ପର୍କ । ଗୋଟେ ପଶୁ କିଭଳି ଜଣେ ବ୍ୟକ୍ତିଙ୍କୁ ଭଲ ପାଉଛି ଓ ଶେଷରେ ସେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା ପରେ ପଶୁଟି କିଭଳି ତାଙ୍କ ଘରେ ପହଞ୍ଚି ନିଜ ଆଖିରୁ ଲୁହ ଗଡାଉଛି ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ଜିଲ୍ଲାର ଏରସମା ବ୍ଲକରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ନୂଆ ଗାଁ ଅଞ୍ଚଳ ଜଣେ ମହିଳାଙ୍କ ଗତକାଲି ମୃତ୍ୟୁ ହୋଇ ଯାଇଥିଲା । ମହିଳାଙ୍କ ମୃତ୍ୟୁ ହୋଇଯିବାର ଖବର ପ୍ରସାରିତ ହେବାପରେ ପରିବାର ବନ୍ଧୁ ଆତ୍ମୀୟ ସ୍ଵଜନ ଏକାଠି ହୋଇଥିଲେ। କିଭଳି ଶେଷକୃତ୍ୟ ସମ୍ପନ୍ନ ହେବ ତାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମହିଳାଙ୍କ ମୃତ୍ୟୁରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳିରେ ଘର ଫାଟି ପଡୁଥିବା ବେଳେ ହଠାତ ଏକ ବୁଲା ମାଙ୍କଡ଼ର ଆସି ପହଞ୍ଚିଯାଇଥିଲା । କେହିକିଛି ଜାଣିବା ଆଗରୁ ମାଙ୍କଡ଼ଟି ଦ୍ବାର ମୁଁହରେ ଜଗି ରହିବା ସହ ଆଖିରୁ ଲୁହ ଝରାଇଥିଲା ।

ଏହା ବି ପଢନ୍ତୁ- ଆଉ ଫେରିବେନି ଅଭିନେତା ପିଣ୍ଟୁ ନନ୍ଦ, ଝୁରୁଛି ଜନ୍ମମାଟି

ପରିବାର ଲୋକେ ଯେତେ ଘଉଡ଼ାଇଥିଲେ ମଧ୍ୟ ମାଙ୍କଡ଼ଟି ଯାଇନଥିଲା । ମୃତଦେହକୁ ବାହାରକୁ ଆଣିବା ସମୟରେ ମାଙ୍କଡ଼ଟି ମୃତ ମହିଳାଙ୍କ ଗୋଡ଼କୁ ଧରି କାନ୍ଦିବାକୁ ଲାଗିଥିଲା । ଏହାଦେଖି ଗ୍ରାମବାସୀମାନେ ମାଙ୍କଡ଼କୁ କିଛି ଖାଦ୍ୟ ଦେଇ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମାଙ୍କଡ଼ଟି ସେଠାରୁ ହଟି ନଥିଲା । ସତେ ଯେମିତି ମୃତ ମହିଳାଙ୍କ ସହିତ ଏହି ପଶୁଟିର ଜନ୍ମ ଜନ୍ମାନ୍ତରର ସମ୍ପର୍କ। ସେହି ସମ୍ପର୍କକୁ କାଟିବାକୁ ନାରାଜ ସେହି ପଶୁଟି । ମାଙ୍କଡ଼ଟିର ଭାବ ପ୍ରବଣତା ଦେଖି ମହିଳାଙ୍କ ପରିବାର ଅନ୍ତିମ ସଂସ୍କାର କରିବାକୁ ନେବାରେ ବିଳମ୍ବ କରିଥିଲେ ।

ପରିବାର ଲୋକେ ଭାବିଥିଲେ କିଛି ସମୟ ଅପେକ୍ଷା କରିଗଲେ ମାଙ୍କଡ଼ଟି ହୁଏତ ଚାଲିଯିବ। କିନ୍ତୁ ତାହା ହୋଇନଥିଲା । ସକାଳୁ ସନ୍ଧ୍ୟା ହେଲା କିନ୍ତୁ ମାଙ୍କଡ଼ଟି ସେମିତି ମୃତଦେହକୁ ଜଗି ବସିଲା । ସତେ ଯେପରି ଜଣେ ପୁଅ ତା ମା'କୁ ଜଗି ରହିଛି । ଦିନଯାଇ ସନ୍ଧ୍ୟା ହେଲା କିନ୍ତୁ ମାଙ୍କଡ଼ ଟି ନ ଯିବାରୁ ବାଧ୍ୟ ହୋଇ ପରିବାର ଲୋକେ କୋକେଇରେ ମୃତଦେହକୁ ନେଇ ରଖିଲେ। ମାଙ୍କଡ଼ ଚିତ୍କାର କଲା ଏଣେତେଣେ ଧାଇଁଲା, ପରିବାର ଲୋକେ ମୃତଦେହ ନେଇ ଶ୍ମଶାନ ଯିବାକୁ ବାହାରି ପଡିଲେ। ମାଙ୍କଡ଼ ମଧ୍ୟ ଶ୍ମଶାନକୁ ଗଲା ।

ସେଠାରେ ମାଙ୍କଡଟି ଲୁହ ଗଡ଼ାଇ ମହିଳାଙ୍କୁ ଅନ୍ତିମ ବିଦାୟ ଦେଇଥିଲା । ଏହି ଘଟଣାଟି ସାମ୍ନା କୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ସେହି ବୁଲା ମାଙ୍କଡ଼ଟି ପ୍ରତ୍ୟେକ ଦିନ ମହିଳାଙ୍କ ଘରକୁ ଆସି ଖାଦ୍ୟ ଖାଇଥାଏ । ମୃତ ମହିଳା ମାଙ୍କଡ଼ଟିକୁ ଖାଦ୍ୟ ଦେଇଥାନ୍ତି । କିନ୍ତୁ ତାଙ୍କ ମୃତ୍ୟୁ ପରେ ବୁଲା ମାଙ୍କଡ଼ଟି ଆସି ମୃତଦେହ ନିକଟରେ ଲୁହ ଗଡ଼ାଇବା ତାହା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ପରିବାର। ଆଜିର ଏହି ସ୍ବାର୍ଥ ସର୍ବସ୍ବ ଦୁନିଆରେ କେହି କାହାର ନୁହଁନ୍ତି । ଏପରିକି ନିଜ ଜନ୍ମ ଜନ୍ମକାଲା ସନ୍ତାନ ବି ନିଜର ହୋଇପାରୁନି । ବାପାମାଆଙ୍କ ପରିଣତ ବୟସରେ ପିଲାମାନେ ଦୂରେଇ ଦେଉଛନ୍ତି। ହେଲେ ଏଠାରେ ମହିଳାଙ୍କ ପ୍ରତି ମାଙ୍କଡ଼ର ନିଚ୍ଛକ ପ୍ରେମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.