ETV Bharat / state

ଦୀର୍ଘଦିନ ପରେ ରଘୁନନ୍ଦନଙ୍କ ଲେଉଟାଣି, ବାଲିକୁଦାରେ ବିଶାଳ ରାଲି

author img

By

Published : May 29, 2023, 10:03 AM IST

Updated : May 29, 2023, 12:43 PM IST

ଦୀର୍ଘଦିନ ପରେ ଲୋକଙ୍କ ପାଖରେ ବିଧାୟକ ରଘୁନନ୍ଦନ ଦାସ । ଜଗତସିଂପୁର ଜିଲ୍ଲା ଏରସମା ବାଲିକୁଦାରେ ବିରାଟ ରାଲି କହିଛନ୍ତି ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ । ଅଧିକ ପଢନ୍ତୁ

mla raghunandan das rally in erasama
ଦୀର୍ଘଦିନ ପରେ ରଘୁନନ୍ଦନ ଲେଉଟାଣି
ଦୀର୍ଘଦିନ ପରେ ରଘୁନନ୍ଦନଙ୍କ ଲେଉଟାଣି

ଜଗତସିଂହପୁର: ପାଖଉଛି ସାଧାରଣ ନିର୍ବାଚନ । ସମୟ ଯେତିକି ନିକଟତର ହେଉଛି ରାଜନୈତିକ ଦଳ ମଧ୍ୟରେ ଭିତିରିଆ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଯଦିଓ ରାଜନେତା ଖୋଲାଖୋଲି କହୁନାହାନ୍ତି ମାତ୍ର ପ୍ରସ୍ତୁତି ସାଧାରଣ ନିର୍ବାଚନ ବୋଲି ଜଣାପଡୁଛି । ଜଗତସିଂହପୁର ଜିଲ୍ଲା ଏରସମା ନିର୍ବାଚନ ମଣ୍ଡଳୀ ବାଲିକୁଦାକୁ ଦୀର୍ଘ ଦିନ ପରେ ପୁଣି ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସ । ଶାରୀରିକ ଅସୁସ୍ଥତା କାରଣରୁ ଦୀର୍ଘ 7 ମାସରୁ ଊର୍ଦ୍ଧ୍ବ ନିଜ ନିର୍ବାଚନ ମଣ୍ଡଳୀରେ ସେ ଅନୁପସ୍ଥିତ ଥିଲେ । ସୁସ୍ଥ ହେବା ପରେ ସେ କର୍ମୀ ସମ୍ମିଳନୀ କରି ଶକ୍ତି ପଦର୍ଶନ କରିଛନ୍ତି ।

ସାଧାରଣ ନିର୍ବାଚନକୁ ଆଉ କେତେଟା ମାସ ବାକି ଥିବା ବେଳେ ପୁଣି ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରଘୁନନ୍ଦନ । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସଦେଇ ପୁର ଠାରେ ଦଳୀୟ କର୍ମୀମାନଙ୍କୁ ନେଇ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଶାରୀରିକ ଅସୁସ୍ଥତା କାରଣରୁ ରଘୁନନ୍ଦନ ଦଳୀୟ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ ସଂଗଠନକୁ ସୁଦୃଢ଼ ଓ କର୍ମୀମାନଙ୍କ ମନୋବଳ ବଢାଇବାକୁ ପ୍ରୟାସ ଆରମ୍ଭ ହୋଇଛି । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିରେ ଏକାଧିକ ଆଶାୟୀ ରହିଥିବା ବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କ ପୂର୍ବ ନିର୍ବାଚନ ମଣ୍ଡଳୀ ବାଲିକୁଦା-ଏରସମାକୁ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅପର ପକ୍ଷରେ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ନିଜର ଦବଦବା ଜାହିର କରି ଥିବା ପୂର୍ବତନ ବିଧାୟକ ସ୍ବର୍ଗତ ଉମେଶ ସ୍ୱାଇଁଙ୍କ ବୋହୂ ମଧ୍ୟ ବିଜେଡିର ଦଳୀୟ ଟିକେଟ ପାଇଁ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ସେ ଗତ କିଛିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ଏହାକୁ ସ୍ୱୀକାର କରିଥିଲେ । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବି ବିଶ୍ୱାଳ ବିଜେଡିରେ ସାମିଲ ହୋଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ପ୍ରଶାନ୍ତଙ୍କୁ ପୁଣି ତାଙ୍କ ନିଜ ସ୍ଥାନ ବାଲିକୁଦାକୁ ଫେରାଇ ନିଆଯିବ । ଯାହାକୁ ନେଇ ରଘୁନନ୍ଦନଙ୍କ ପାଇଁ କଣ୍ଟା ସଦୃଶ ହୋଇଛି ।

ଏହା ବି ପଢନ୍ତୁ...ଚିରଞ୍ଜୀବ ଓ ମୋକିମକୁ AICCର କାରଣ ଦର୍ଶାଅ ନୋଟିସ, ଶରତ କହିଲେ ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ

କର୍ମୀମାନଙ୍କ ସହ ଦୀର୍ଘ ଏକବର୍ଷ ଧରି ସମ୍ପର୍କ ରଖି ନଥିବା ରଘୁନନ୍ଦନ ଏବେ ପୁଣି ମୈଦାନକୁ ଓହ୍ଲାଇଛନ୍ତି । ଗତ 1ବର୍ଷ ତଳେ ରଘୁନନ୍ଦନ ଦାସଙ୍କ ବୃକକରେ ସମସ୍ୟା ହୋଇଥିଲା । ଫଳରେ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଥିଲେ । ଦୀର୍ଘ ଦିନ ଧରି ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇ ରହିଥିଲେ । ସୁସ୍ଥ ହେବା ପରେ ଏବେ ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କ ଅନୁପସ୍ଥିତିରେ ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟରେ ବାଧାସୃଷ୍ଟି ହେବା ସହିତ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଖର୍ଚ୍ଚ ହୋଇ ପାରିନଥିଲା । ତାକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ଉଦ୍ୟମ ଆରମ୍ଭ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଧାୟକ ରଘୁନନ୍ଦନ ଦାସ ତାଙ୍କ ପୁଅକୁ ପ୍ରାର୍ଥୀ କରିବା ପାଇଁ ଚାହୁଁଥିବା ବେଳେ ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : May 29, 2023, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.