ETV Bharat / state

ସପ୍ତାହେ ହେଲା ନିଖୋଜ ଥିଲେ ମହିଳା, ବନ୍ୟାପାଣିରୁ ଉଦ୍ଧାର ହେଲା ମୃତଦେହ

ବାଲିକୁଦା ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥ ବନ୍ୟାପାଣିରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ବାଲିକୁଦା ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ସପ୍ତାହେ ହେଲା ନିଖୋଜ ଥିଲେ ମହିଳା, ବନ୍ୟାପାଣିରୁ ଉଦ୍ଧାର ହେଲା ମୃତଦେହ
ସପ୍ତାହେ ହେଲା ନିଖୋଜ ଥିଲେ ମହିଳା, ବନ୍ୟାପାଣିରୁ ଉଦ୍ଧାର ହେଲା ମୃତଦେହ
author img

By

Published : Aug 17, 2022, 6:39 PM IST

ଜଗତସିଂହପୁର: ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥ ବନ୍ୟାପାଣିରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତକ ହେଲେ ଏରସମା ଥାନା ଅନ୍ତର୍ଗତ ଅମ୍ବିକି ପଞ୍ଚାୟତର ଖୁଲଣା ସାମଲ । ଗତ ସପ୍ତାହେ ହେଲା ମହିଳା ଜଣକ ନିଖୋଜ ରହିଥିବା ନେଇ ସୂଚନା ରହିଛି ।

ଖବର ଅନୁସାରେ, ଖୁଲଣା ଗତ ସପ୍ତାହେ ହେବ ନିଖୋଜ ଥିଲେ। ଆଜି(ବୁଧବାର)ବାଲିକୁଦା ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥ କଡ଼ ବନ୍ୟାପାଣିରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବାଲିକୁଦା ଥାନାକୁ ଖବର ଦେଇଥିଲେ । ଖବରପାଇ ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମେଡ଼ିକାଲକୁ ପଠାଇଛି । ମୃତ ମହିଳା ଜଣକ ଏରସମା ଥାନା ଅନ୍ତର୍ଗତ ଅମ୍ବିକି ପଞ୍ଚାୟତର ଖୁଲଣା ସାମଲ ବୋଲି ସୂଚନା ରହିଛି । ବାଲିକୁଦା ପୋଲିସ ମୃତକଙ୍କ ପରିବାରକୁ ଖବର ଦେବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.