ETV Bharat / state

ରାତି ଅଧରେ ଛାତ୍ରୀବାସକୁ ପସୁଛନ୍ତି ଦୁର୍ବୃତ୍ତ, ଉପଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରୀ

author img

By

Published : Aug 18, 2023, 2:11 PM IST

ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଥିବା ଛାତ୍ରୀବାସକୁ କିଛି ଅସାମାଜିକ ଯୁବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

miscreants trying to enter in girls hostel
ରାତି ଅଧରେ ଛାତ୍ରୀବାସକୁ ଦୁର୍ବୁତ୍ତ ପସୁଥିବା ଅଭିଯୋଗ
ଉପଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରୀ

ଜଗତସିଂହପୁର: ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି । ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହାବିଦ୍ୟାଳୟର ଛାତ୍ରୀ । ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଥିବା ଛାତ୍ରୀବାସ ନିକଟରେ କିଛି ଅସାମାଜିକ ଯୁବକମାନଙ୍କର ଆଡାସ୍ଥଳ ପାଲଟିଛି । ଅଧ ରାତ୍ରିରେ ମହିଳା ହଷ୍ଟେଲ ମଧ୍ୟକୁ କିଛି ଯୁବକ ଅବାଧରେ ପ୍ରବେଶ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଘଟଣା ନେଇ ବାରମ୍ବାର ପ୍ରିନ୍ସପାଲଙ୍କ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଛାତ୍ରୀମାନେ କହିଛନ୍ତି । କଲେଜ କ୍ୟାମ୍ପସ ମଧ୍ୟରେ ଥିବା ଛାତ୍ରୀ ହଷ୍ଟେଲ ଭିତରେ ଲାଗିଥିବା ସିସିଟିଭି କାମ କରୁନାହିଁ । ହଷ୍ଟେଲ ଟି ନିଛାଟିଆ ସ୍ଥାନରେ ଥିବାରୁ ଏଥିରେ ରହୁଥିବା ଛାତ୍ରୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଯାହାକୁ ନେଇ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉପଜିଲ୍ଲାପାଳଙ୍କୁ ଭେଟି କଲେଜର ଅବ୍ୟବସ୍ଥା ବାବଦରେ ଅଭିଯୋଗ କରିଛନ୍ତି । କଲେଜ ପ୍ରିନ୍ସପାଲଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ପଦକ୍ଷେପ ନେଉ ନଥିବା ଛାତ୍ରୀମାନେ କହିଛନ୍ତି ।

ଜଣେ ଛାତ୍ରୀ ଅଭିଯୋଗ କରି କହିଛନ୍ତି, ''ଗତ 5 ଦିନ ହେବ କଲେଜରେ ଥିବା ଛାତ୍ରୀବାସରେ କିଛି ଅସାମାଜିକ ଯୁବର ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ଆମେ ପ୍ରିନ୍ସିପାଲଙ୍କୁ ଜଣାଇଛୁ । ମାତ୍ର ସେ କୌଣସି ପଦକ୍ଷେପ ନେଇ ନାହାନ୍ତି ।''

ଏହା ବି ପଢନ୍ତୁ...ପଲିଟେକ୍ନିକ୍ କଲେଜରେ ରାଗିଂ ! ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ 2 ଛାତ୍ରୀ

ଏହା ବି ପଢନ୍ତୁ...SVMରେ ସ୍ନାତକୋତ୍ତର ଶିକ୍ଷା, 10 ବିଷୟରେ ପଢାଯିବ ପିଜି ପାଠ୍ୟକ୍ରମ

ହଷ୍ଟେଲ କ୍ୟାମ୍ପସ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ବୋଲି କିଛିନାହିଁ । ଜଣେ ମହିଳା ସିକ୍ୟୁରିଟିଙ୍କ ହାତରେ ଛାତ୍ରୀଙ୍କ ସୁରକ୍ଷାକୁ ଟେକି ଦେଇଛନ୍ତି କଲେଜ ଅଧ୍ୟକ୍ଷ । ଛାତ୍ରୀ ହଷ୍ଟେଲ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ସିସି କ୍ୟାମେରା କାମ କରୁନାହିଁ । ଫଳରେ ଅସାମାଜିକ ଯୁବକମାନେ ରାତି ଅଧରେ ହଷ୍ଟେଲ ମଧ୍ୟକୁ ପ୍ରବେଶ କରୁଛନ୍ତି । ଅପର ପକ୍ଷରେ ମହିଳା ହଷ୍ଟେଲ ପାଚେରୀ ଏକ ସ୍ଥାନରେ ଅଳ୍ପ ଉଚ୍ଚ ଥିବାରୁ ସେହି ବାଟ ଦେଇ ଦୁର୍ବୃତ୍ତ ହଷ୍ଟେଲ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଏହି ଘଟଣା ପଦାକୁ ଆସିବା ପରେ ସ୍ବାମୀ ବିବେକାନନ୍ଦ ସୋୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ଅଭିଯୋଗ ଆସିବା ପରେ ଜଗତସିଂହପୁର ପୋଲିସ ମହାବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.