ETV Bharat / state

ଦଶମ ଶ୍ରେଣୀ ଛାତ୍ରଙ୍କ କାନ୍ଧରେ ପରିବାର ବୋଝ, ମୁଲ ଲାଗିଲେ ଜଳୁଛି ଚୁଲି - ନାବାଳକ ତୁଲାଇଛନ୍ତି ପରିବାର ଦାୟିତ୍ବ

ଗୋଟିଏ ପଟେ ପରୀକ୍ଷା ଆଉ ଅନ୍ୟ ପଟେ ପରିବାର ଏହାରି ଭିତରେ ସଂଘର୍ଷ କରୁଛନ୍ତି ଦଶମ ଶ୍ରେଣୀ ଛାତ୍ର ପ୍ରାର୍ଥ ସାରଥୀ ବେହେରା । କଅଁଳ କାନ୍ଧରେ ପରିବାର ବୋଝ ମୁଣ୍ଡାଇଛନ୍ତି ପ୍ରାର୍ଥ । ଅଧିକ ପଢନ୍ତୁ

ଦଶମ ଶ୍ରେଣୀ ଛାତ୍ରଙ୍କ କାନ୍ଧରେ ପରିବାର ବୋଝ
minor boy seeks government help
author img

By

Published : Mar 15, 2023, 4:42 PM IST

ଦଶମ ଶ୍ରେଣୀ ଛାତ୍ରଙ୍କ କାନ୍ଧରେ ପରିବାର ବୋଝ

ଜଗତସିଂହପୁର: ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ ନୂଆଗଡ ଗାଁରୁ ଆସିଛି ଏକ କରୁଣ ଚିତ୍ର । କଅଳ କାନ୍ଧରେ ପରିବାର ବୋଝ । ଦିବ୍ୟାଙ୍ଗ ବାପା ଓ ଭଉଣୀର ଦାୟିତ୍ବ ତୁଲାଉଛନ୍ତି ଦଶମ ଶ୍ରେଣୀ ଛାତ୍ର । ଗୋଟିଏ ପଟେ ପରିବାର ଅନ୍ୟପଟେ ମାଟ୍ରିକ ପରୀକ୍ଷା । ଏହାରି ଭିତରେ ସବୁ ଦାୟିତ୍ବ ତୁଲାଉଛନ୍ତି ଦଶମ ଶ୍ରେଣୀ ଛାତ୍ର ପ୍ରାର୍ଥ ସାରଥୀ ବେହେରା । କାମ କରି ଯାହା ରୋଜଗାର କରନ୍ତି ସେଇଥିବା ପଢା ଖର୍ଚ୍ଚ ତୁଲାଇବା ସହ ପରିବାର ଚଳୁଛି । ନୂଆଗଡ ଗାଁ ମାଟ୍ରିକ ପରୀକ୍ଷାର୍ଥୀ ପ୍ରାର୍ଥଙ୍କ ଜୀବନରେ ଦେଖିବାକୁ ମିଳିଛି ଏଭଳି ସଂଘର୍ଷ ।

ପରିବାରର ସଦସ୍ୟ କହିଲେ ବାପା ବେଣୁଧର ବେହେରା, ମାଆ କୌଶଲ୍ୟା ବେହେରା ଓ ଭଉଣୀ ତୃପ୍ତିମୟୀ । ବେଣୁଧର ଏକ ଛୋଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ହେଲେ 10 ବର୍ଷ ହେବ ବେଣୁଧର ଦୁରାରୋଗରେ ପୀଡିତ ହୋଇ ଏବେ ଶଯ୍ୟାଶାୟୀ ହୋଇଛନ୍ତି । ପତ୍ନୀ କୌଶଲ୍ୟା ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ ହେଲେ ଗତ ଦୁଇବର୍ଷ ହେବ କୌଶଲ୍ୟା ଘରଛାଡି କେଉଁଆଡେ ଚାଲିଯାଇଛନ୍ତି । ବାପା ଶଯ୍ୟାଶାୟୀ ଓ ମାଆ ଘର ଛାଡି ଚାଲିଯିବା ପରେ ଛୋଟ ବୟସରେ ଦିବ୍ୟାଙ୍ଗ ବାପା ଓ ଭଉଣୀର ପ୍ରତିପୋଷଣ ଦାୟିତ୍ବ ନିଜ କାନ୍ଧକୁ ନେଇଛନ୍ତି ପ୍ରାର୍ଥ ସାରଥୀ । ନୂଆଗଡ ଗୋବିନ୍ଦଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ପ୍ରାର୍ଥ ପର ଘରେ ମୂଲ ଲାଗିବା ସହିତ ପାଠ ମଧ୍ୟ ପଢୁଛନ୍ତି ।

ଏହା ବି ପଢନ୍ତୁ...ଡ୍ରାଇଭର ମହାସଂଘକୁ କମିଶନରେଟ ପୋଲିସର ଚେତାବନୀ, ଲୋକଙ୍କୁ ଅଟକାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଏତେ କଷ୍ଟ ଭିତରେ ବି ହାରି ନାହାନ୍ତି ପ୍ରାର୍ଥ । ପାଠ ପଢି ଭଲ ମଣିଷ ହେବାକୁ ଲକ୍ଷ୍ୟ ରଖିଛନ୍ତି । କେତେବେଳେ ପଡୋଶୀ ସାହାଯ୍ୟ କରନ୍ତି ତ କେତେବେଳେ ବଡବାପା ଘର । କଷ୍ଟେମଷ୍ଟେ ପରିବାର ଚଳୁଛି । ପରିବାର ଚଳାଇବା ପାଇଁ କାମ କରୁଛନ୍ତି ପ୍ରାର୍ଥ । ମୁଣ୍ଡ ଉପରେ ଥିବା ଚାଳ ଘରଟି ଭାଙ୍ଗିରୁଜି ଯାଇଥିବା ବେଳେ ଏହାକୁ ମରାମତି କରିବାକୁ ଅର୍ଥର ଆବଶ୍ୟକ ରହିଛି । ଦିବ୍ୟାଙ୍ଗ ବାପାଙ୍କ ଚିକିତ୍ସା, ଭଉଣୀର ଗୋଟିଏ ଗୋଡ଼ ଅସ୍ତ୍ରୋପଚାର ସହିତ ନିଜର ଭଙ୍ଗା ଚାଳଘରଟିକୁ ମରାମତି କରିବାକୁ ସରକାରଙ୍କୁ ସହାୟତା ଲୋଡିଛନ୍ତି ଏହି ଛାତ୍ର ଜଣଙ୍କ । ସରକାର ପ୍ରାର୍ଥଙ୍କ ପରିବାର ଉପରେ ଶୁଭ ଦୃଷ୍ଟି ପକାଇଲେ ପରିବାରର ଦୁଃଖ ଦୂର ହେବା ସହ ଆଗକୁ ପାଢ ପଢିପାରନ୍ତେ ପ୍ରାର୍ଥ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.