ETV Bharat / state

ମରଣଯନ୍ତା ମାଛଧରା ବନ୍ଦର, ଡଙ୍ଗାରୁ ପଡି ପୁଣି ଜଣଙ୍କର ମୃତ୍ୟୁ

author img

By

Published : Aug 6, 2022, 3:56 PM IST

ଜଗତସିଂହପୁର ପାରାଦ୍ବୀପ ମାଛଧରା ବନ୍ଦରରେ ଗଲା ପୁଣି ଜଣଙ୍କ ଜୀବନ । ବରଫ ଗୋଟାଇବା ପାଇଁ ଯାଇଥିବା ସମୟରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ମରଣଯନ୍ତା ପାଲଟୁଛି ପାରାଦ୍ୱୀପ ମାଛଧରା ବନ୍ଦର, ଡଙ୍ଗାରୁ ପଡି ପୁଣି ଜଣଙ୍କ ମୃତ୍ୟୁ

ପାରାଦ୍ୱୀପ: ପାରାଦ୍ବୀପ ମାଛଧରା ବନ୍ଦରରେ ଆଜି(ଶନିବାର) ପୁଣି ଅଘଟଣ ଘଟିଛି । ମାଛଧରା ବନ୍ଦରର ଜେଟି ଉପରୁ ଖସିପଡି ଜଣେ 16 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ବରଫ ଗୁଣ୍ଡ ଗୋଟାଇବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ନେହେରୁ ବଙ୍ଗଳା ଫିସୋରି କଲୋନୀରେ ରହୁଥିବା ପ୍ରତାପ ନାଥଙ୍କ ପୁଅ ଜୀବନ ନାଥ ମାଛଧରା ବନ୍ଦରର 4 ନମ୍ବର ଜେଟିରୁ ବରଫ ଗୁଣ୍ଡ ଗୋଟାଇବାକୁ ଯାଇଥିଲେ ।

ଏହି ସମୟରେ ହଠାତ୍ ଜେଟିରୁ ପାଣିକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ଓ ମତ୍ସଜୀବୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ବୋଟ ଯୋଗେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ପରେ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ମେରାଇନ ପୋଲିସକୁ ଖବର ଦିଆଯିବା ପରେ ଉଦ୍ଧାରକାରୀ ଦଳ ସମୁଦ୍ରରୁ ମୃତଦେହ ଉଦ୍ଧାର କରିଛନ୍ତି ।

ଦୁଇ ଦିନ ତଳେ ଏହି ମାଛଧରା ବନ୍ଦରରେ ଜଣେ ବୁଡି ପ୍ରାଣ ହରାଇଥିବାବେଳେ, ଆଜି ପୁଣି ଜଣେ ନାବାଳକଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ତେବେ ବାରମ୍ବାର ସମାନ ଅଘଟଣ ଘଟୁ ଥିବାବେଳେ ସ୍ଥାନୀୟ ଲୋକ, ମତ୍ସ୍ୟଜୀବୀଙ୍କୁ ଏଥିପ୍ରତି ସତର୍କ ରହିବାର ଆବଶ୍ୟକତା ପଡିଛି । ତା' ସାଙ୍ଗକୁ ପ୍ରଶାସନ ସୁରକ୍ଷା ସାଙ୍ଗକୁ ସଚେତନତା ବୃଦ୍ଧି ଦିଗରେ ଧ୍ୟାନ ଦେଲେ ଏପରି ଅଘଟଣକୁ ଏଡାଯାଇପାରେ ବୋଲି କୁହାଯାଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.