ETV Bharat / state

ଜାତୀୟ ଟେନିସ୍‌ ଭଲିବଲ ଟୁର୍ଣ୍ଣାମେଣ୍ଟ, ଭାଗ ନେବେ 500 ପ୍ରତିଯୋଗୀ - ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ରାଜ୍ୟ ଟେନିସ ଭଲିବଲ ଆସୋସିଏସନ ଓ ପାରାଦ୍ବୀପ ବନ୍ଦରର ମିଳିତ ଆନୁକୂଲ୍ୟରେ ପାରାଦ୍ବୀପରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

national tennis volleyball championship
ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ
author img

By

Published : Dec 21, 2022, 9:19 AM IST

ଜାତୀୟ ଟେନିସ ଭଲିବଲ ଟୁର୍ଣ୍ଣାମେଣ୍ଟ, ଭାଗ ନେବେ 500 ପ୍ରତିଯୋଗୀ

ପାରାଦ୍ବୀପ: ଓଡ଼ିଶା ଟେନିସ ଭଲିବଲ ଅସୋସିଏସନ ଓ ପାରାଦ୍ବୀପ ବନ୍ଦରର ମିଳିତ ଅନୁକୂଲ୍ୟରେ ପାରାଦ୍ବୀପରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ( volleyball championship )। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ 23ରୁ 25 ତାରିଖ ପର୍ଯ୍ୟନ୍ତ ପାରାଦ୍ବୀପରେ ଅନୁଷ୍ଠିତ ହେବ 24 ତମ ଜାତୀୟ କ୍ଷୁଦ୍ର ଓ ଯୁବ ଟେନିସ ଭଲିବଲ ଚମ୍ପିଆନସିପ । ସମଗ୍ର ଦେଶରୁ 22ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 500ରୁ ଅଧିକ ପ୍ରତିଯୋଗୀ ଏହି ଚମ୍ପିଆନସିପରେ ଭାଗ ନେବେ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଟେବୁଲ ଟେନିସ ଭଲିଭଲ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି ।

ପାରାଦ୍ବୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ( national tennis volleyball championship) । ଏଥିରେ ଦେଶର 22ଟି ରାଜ୍ୟରୁ ୫୫୦ ଜଣ ଖେଳାଳି ସାମିଲ ହେବେ । ଏହାକୁ ନେଇ ପାରାଦ୍ବୀପ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତିନିଦିନିଆ ଏହି କ୍ରୀଡା ଉତ୍ସଵରେ ମୋଟ ୬ ବର୍ଗରେ ଖେଳ ଅନୁଷ୍ଠିତ ହେବ । ଏଥିରେ ପୁରୁଷ ଓ ମହିଳା ଖେଳାଳି ଭାଗ ନେବେ । 23 ତାରିଖ ସକାଳୁ ଏହି ଚମ୍ପିଆନସିପକୁ ଉଦଘାଟନ କରିବେ ପାରାଦ୍ବୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ. ହରନାଦ ।

ପ୍ରଥମ ଥର ପାଇଁ ଓଡିଶାରେ ଚଳିତ ଥର ଏହି ଚମ୍ପିଆନସିପ ଆୟୋଜିତ ହେବାକୁ ଯାଉଛି । ଗୋପବନ୍ଧୁ ଷ୍ଟାଡିୟମର 4ଟି ଗ୍ରାଉଣ୍ଡର ପ୍ରସ୍ତୁତ କରାଯାଇଛି । 3ଟି ପ୍ରଣାଳୀରେ ଖେଳ ହେବ । ସିଙ୍ଗଲ, ଡବଲ୍ସ ଓ ମିକ୍ସ ଡବଲରେ ଖେଳ ହେବ । ସମସ୍ତ ବର୍ଗରେ ଖେଳରେ ଯାହା ଫଳାଫଳ ହେବ ତାହା ଫାଇନାଲ ପରିଣାମ ଭାବେ ଗ୍ରହଣ କରାଯିବ । ଏଥି ସହିତ ଏଠାରେ ନିୟମିତ ଭାବେ ଓଡିଶା ପ୍ରତିଯୋଗୀଙ୍କୁ ତାଲିମ ଦିଆଯାଉଛି । ସମସ୍ତ ଖେଳାଳିଙ୍କ ରହିବା ପାଇଁ ଉତ୍ତମ ବ୍ୟବସ୍ଥା କରାଯାଉଛି । ସମସ୍ତ ଖେଳାଳି 22 ତାରିଖରେ ଆସି ପହଞ୍ଚିବେ ।

ଏହା ବି ପଢନ୍ତୁ...ଶିଳ୍ପ ପାଇଁ ବିସ୍ଥାପିତ ହେବେ ୭ଶହ ପରିବାର, ଉଚ୍ଛେଦ ପୂର୍ବରୁ ପକ୍କାଘର ଦାବି

25 ତାରିଖ ସନ୍ଧ୍ୟାରେ ଏହି ଚମ୍ପିଆନସିପର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପାରାଦ୍ବୀପ ପୌରାଧ୍ୟକ୍ଷଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେବେ ବୋଲି ରାଜ୍ୟ ସଂଘର ସମ୍ପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପାରାଦ୍ବୀପରେ ଜାତୀୟ ଟେନିସ ଭଲିବଲ କ୍ରୀଡା ଅନୁଷ୍ଠିତ ହେଉ ଥିବାରୁ କ୍ରୀଡ଼ା ପ୍ରେମୀଙ୍କ ମହଲରେ ଉତ୍ସାହ ଖେଳି ଯାଇଛି । ଏହି ଖେଳକୁ ଆଗକୁ ଆଣିବା ସହି ଅଧିକରୁ ଅଧିକୁ ଖେଳାଳି ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟେନିସ ଓ ଭଲିବଲ ଆସୋସିଏସନର ସମ୍ପାଦକ ନିଶିକାନ୍ତ ନାୟକ, ଉପସଭାପତି ସୁଶାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଅର୍ଣ୍ଣାବ କୁମାର ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.