ETV Bharat / state

ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲା: ଦୁଇ ଶିକ୍ଷକଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ କରୁଛି ପୋଲିସ - ଶିକ୍ଷକଙ୍କ ସମ୍ପୃତ୍ତି ନେଇ ପଚରାଉଚରା କରୁଛି ପୋଲିସ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିବି ହାଇସ୍କୁଲରେ ସ୍କୁଲର ମଧ୍ୟାହ୍ନ ଚାଉଳ ହରଣଚାଲ ମାମଲା । ଦୁଇ ଶିକ୍ଷକ ଅଟକ । ଅଧିକ ପଢ଼ନ୍ତୁ

ବିବି ହାଇସ୍କୁଲରେ ସ୍କୁଲର ମଧ୍ୟହ୍ନ ଚାଉଳ ହେରଫେର ମାମଲା

author img

By

Published : Apr 28, 2023, 10:52 PM IST

ବିବି ହାଇସ୍କୁଲରେ ସ୍କୁଲର ମଧ୍ୟହ୍ନ ଚାଉଳ ହେରଫେର ମାମଲା

ଜଗତସିଂହପୁର: ସ୍କୁଲର ମଧ୍ୟାହ୍ନ ଚାଉଳ ହେରଫେର ଅଭିଯୋଗ । ହେରଫେର ମାମଲାରେ ଦୁଇ ଶିକ୍ଷକ ସାମିଲ ଥିବା ଅଭିଯୋଗ । ଏପରି ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିବି ହାଇସ୍କୁଲରରୁ ସାମ୍ନାକୁ ଆସିଛି । ମଧ୍ୟାହ୍ନ ଚାଉଳ ହଡ଼ପ ଘଟଣା ପଦାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ଦୁଇଜଣ ଶିକ୍ଷକଙ୍କୁ ମଧ୍ୟ କୁଜଙ୍ଗ ପୋଲିସ ଅଟକ ରଖିଥିବା ଖବର ମିଳିଛି ।

ସୂଚନାନୁଯାୟୀ, ଗତକାଲି ରାତିରେ କୁଜଙ୍ଗରେ ଥିବା ବିବି ହାଇସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ମଧ୍ୟାହ୍ନ ଭୋଜନ ଚାଉଳ ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦଙ୍କ ଉପସ୍ଥିତରେ ଏହି କାର୍ଯ୍ୟ କରାଯାଉଥିଲା। ଏକ ପିକପ ଭ୍ୟାନରେ ବସ୍ତା ବସ୍ତା ଚାଉଳ ଲୋଡ଼ କରାଯାଉଥିବା ବେଳେ କେତେକ ଶିକ୍ଷକ ଏହାକୁ ଦେଖିଥିଲେ । ଫଳରେ ଏ ସମ୍ପର୍କରେ ସେହି ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଗ୍ରାମବାସୀ ସେଠାରେ ପହଞ୍ଚିଛି ଚାଉଳ କୁଆଡେ ଯାଉଛି ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ।

ତେବେ ଏଥିରେ ପ୍ରଧାନ ଶିକ୍ଷକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଯାହାକୁ ନେଇ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକଙ୍କୁ ଘେରିବା ସହିତ ଗାଡିଟିକୁ ଅଟକ ରଖିଥିଲେ । ରୀତିମତ ଭାବରେ ସ୍କୁଲ୍‌ରୁ ଚାଉଳ ଚୋରି ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରି ଆସୁଥିଲେ । ଏହି ଘଟଣା ଜଣାପଡିବା ପରେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସେନାପତି ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ଦୁଇଜଣ ଶିକ୍ଷକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି ।

ପୋଲିସ ଗାଡିକୁ ମଧ୍ୟ ଜବତ କରିଛି । ଏହି ଘଟଣା ଜଣା ପଡିବା ପରେ ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି । ଖାଲି କୁଜଙ୍ଗ ବିବି ହାଇସ୍କୁଲ କାହିଁକି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସମାନ ଘଟଣା ଘଟୁଥିବା ଆଭିଯୋଗ ଆସିଛି । ସଠିକ ଭାବେ ଅଡିଟ ହେଉ ନଥିବାରୁ ଏହି ପ୍ରକାର ସମସ୍ୟା ସୃଷ୍ଟି ହେଉଛି ବୋଲି ସହରବାସୀ କହିଛନ୍ତି ।

ସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମାତ୍ର ସରକାରଙ୍କ ଅନେକ ଯୋଜନାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଏହା ଅନେକାଂଶରେ ବାଟ ମାରଣା ହେଉଛି । ଏହି କାର୍ଯ୍ୟରେ ସମ୍ପୃକ୍ତି ଥିବା ଶିକ୍ଷକମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.