ଜଗସିଂହପୁର: ଶନିବାର ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଆପୋଷ ସମାଧାନ ହିଁ ତ୍ବରିତ ନ୍ୟାୟର ସହଜ ପ୍ରକ୍ରିୟା । ଅଯଥା କୋଟ କଚେରୀକୁ ଦୌଡ଼ି ଖର୍ଚ୍ଚiନ୍ତ ହେବା ଅପେକ୍ଷା ଆପୋଷ ସମାଧାନ ଦିଗରେ ଦୁଇ ପକ୍ଷ ସହମତି ହେବା ଆବଶ୍ୟକ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ନାୟକ, ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର, ଆରକ୍ଷୀ ଅଧ୍ୟକ୍ଷକ ପ୍ରକାଶ ରଙ୍ଗରାଜ ଓ ଜିଲ୍ଲାର ସମସ୍ତ ବିଚାରପତି ମାନେ ଯୋଗ ଦେଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ