ETV Bharat / state

କମିଛି ବନ୍ୟା ବଢୁଛି ସମସ୍ୟା, କୁଜଙ୍ଗରେ 15 ହଜାର ପ୍ରଭାବିତ

author img

By

Published : Aug 19, 2022, 1:18 PM IST

ବନ୍ୟା ସ୍ଥିତିକୁ ୩ଦିନ ବିତିଯାଇଥିବା ବେଳେ ଏବେବି ପାଣି ଘେରରେ ରହିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ । ଅଧିକ ପଢନ୍ତୁ

କମିଛି ବନ୍ୟା ବଢୁଛି ସମସ୍ୟା, କୁଜଙ୍ଗରେ 15 ହଜାର ପ୍ରଭାବିତ
କମିଛି ବନ୍ୟା ବଢୁଛି ସମସ୍ୟା, କୁଜଙ୍ଗରେ 15 ହଜାର ପ୍ରଭାବିତ

ଜଗତସିଂହପୁର: ମହାନଦୀରେ କମିଛି ବନ୍ୟା, କିନ୍ତୁ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଆଜିବି ପାଣି ଘେରରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ । ବନ୍ୟା ସ୍ଥିତିକୁ ୩ଦିନ ବିତିଯାଇଥିବା ବେଳେ ଓଡ୍ରାଫ ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । କୁଜଙ୍ଗ ବ୍ଲକ ବଡ଼ପାଳ ଗ୍ରାମର ଜଣେ ଛେଳି ଚରାଳି ମହାନଦୀର ଅପର ପାର୍ଶ୍ଵକୁ ଛେଳି ଚରାଇବାକୁ ଯାଇଥିବା ବେଳେ ସେଠାରେ 3ଦିନ ଧରି ଫସି ରହିଥିଲେ । ଆଜି ତାଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିଛି । ତେବେ ବନ୍ୟା ପରେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି ।

ସରକାରୀ ଆକଳନ ଅନୁସାରେ କେବଳ କୁଜଙ୍ଗ ବ୍ଲକରେ ବନ୍ୟା ଯୋଗୁଁ 15 ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ 8ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳର 3ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ 7ଟି ମେଡ଼ିକାଲ ଟିମ ଓ 3ଟି ପ୍ରାଣୀ ଚିକିତ୍ସା ବିଭାଗର ଟିମ ମୁତୟନ ଅଛନ୍ତି । ବନ୍ୟା ବିତ୍ପାତକୁ ଦେଖି 8ଟି ବ୍ଲକର 40ଟି ବିଦ୍ୟାଳୟକୁ 20 ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.