ETV Bharat / state

ଚକଲେଟ ଦେଇ ନାବାଳିକାକୁ ଦୁଷ୍କର୍ମ ମାମଲାର ଆସିଲା ରାୟ, ଅଭିଯୁକ୍ତକୁ 20 ବର୍ଷ ଜେଲ - ଚକୋଲେଟ ଦେବା ବାହାନାରେ ଦୁଷ୍କର୍ମ

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡ । ଚକୋଲେଟ ଦେବା ବାହାନାରେ ଦୁଷ୍କର୍ମ କରି ଗିରଫ ହୋଇଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

district court complex jagatsinghpur
district court complex jagatsinghpur
author img

By

Published : May 19, 2023, 12:26 PM IST

ଜଗତସିଂହପୁର: ନାବାଳିକା ଦୁଷ୍କର୍ମ ମାମଲାରେ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜଗତସିଂହପୁର ଫାଷ୍ଟଟ୍ରାକ କୋର୍ଟ । ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ସହ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ 7ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାକୁ ଚକୋଲେଟ ଦେବାକୁ କହି ଏଭଳି କାଣ୍ଡ ଘଟାଇଥିଲା ଦୁର୍ବୃତ୍ତ । ଏହି ରାୟ ଆସିବା ପରେ ପୀଡିତାର ପରିବାର ଲୋକେ ନ୍ୟାୟ ପାଇଥିବା କହିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ସର୍ବେଶ୍ୱର ସ୍ୱାଇଁ ନାମକ ଜଣେ ଯୁବକ ଚକଲେଟ ଦେବାର ବାହାନା କରି ନାବାଳିକା ଜଣଙ୍କୁ ସାଥିରେ ନେଇ ଯାଇଥିଲେ । ଗାଁର ଏକ ନିର୍ଜନ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହା ପରେ ନାବାଳିକାଙ୍କୁ ସେଠାରେ ଛାଡିଦେଇ ସର୍ବେଶ୍ବର ଫେରାର ହୋଇଯାଇଥିଲା । ପରେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏହି ଘଟଣାକୁ ନେଇ ନାବାଳିକାର ପରିବାର ଲୋକେ ଗତ ୩୦ ମାର୍ଚ୍ଚରେ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ମାମଲାକୁ ଗୁରୁତ୍ବର ସହ ନେଇ କୁଜଙ୍ଗ ପୋଲିସ ୧୨୨\୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଲକ୍ଷ୍ୟ ସାଧାରଣ ନିର୍ବାଚନ: ଡିଜିଟାଲ ପ୍ରଚାର ଓ ତୃଣମୂଳରୁ ସଂଗଠନକୁ ସୁଦୃଢ କରୁଛି ଛାତ୍ର ବିଜେଡି

ଏହା ମଧ୍ୟ ପଢନ୍ତୁ: ମହରଗ ଦୁନିଆରେ ମିଳୁଛି 50 ପଇସାରେ ବରା, ଝୁମ୍ପୁଡି ଘର ଆଗରେ ରାତି 10 ଯାଏଁ ଜମୁଛି ଭିଡ

ରାତିରେ ନିଜ ଘରକୁ ଆସିଥିବା ସମୟରେ ତାକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ପୋଲିସ ସର୍ବେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୁଇବର୍ଷ ପରେ ଗତକାଲି(ଗୁରୁବାର) ଏହି ଘଟଣାର ରାୟ ପ୍ରକାଶ ପାଇଛି । ପୋକ୍ସୋ ଆକ୍ଟ ୩୬୩/୩୭୬/୩ ଅନୁଯାୟୀ ବିଚାରପତି ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ସମେତ 10 ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟରେ ଆହୁରି 2 ମାସ ଅତିରିକ୍ତ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡିତାକୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ଆସିବା ପରେ ପୀଡିତାର ପରିବାର ଲୋକେ ନ୍ୟାୟ ପାଇଥିବା କହିଥିବା ବେଳେ ପୋଲିସ ଏବଂ କୋର୍ଟକୁ ରାୟ ଉପରେ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.