ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ 20ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ - ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20ବର୍ଷ ଜେଲ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜେଲ ଦଣ୍ଡାଦେଶ । ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ 65 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଧିକ ପଢ଼ନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା
ନାବାଳିକା ଦୁଷ୍କର୍ମ ମାମଲା
author img

By ETV Bharat Odisha Team

Published : Nov 16, 2023, 8:59 AM IST

ଜଗତସିଂହପୁର : ୨ବର୍ଷ ପରେ ମିଳିଲା ନ୍ୟାୟ । ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜେଲ ଦଣ୍ଡାଦେଶ ହୋଇଛି । ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ 65 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଜଣେ 16 ବର୍ଷୀୟ ନାବାଳିକା କୋଚିଂ କ୍ଲାସରୁ ଘରକୁ ଫେରୁଥିଲେ । ସେହି ସମୟରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ବିପିନ ବେହେରାଙ୍କ ପୁଅ ଅଭିଯୁକ୍ତ ଗଣେଶ୍ୱର ବେହେରା ନାବାଳିକାକୁ ଏକ କାର ଯୋଗେ ରାସ୍ତା ଉପରୁ ଜୋର ଜବରଦସ୍ତ ଉଠାଇ ନେଇଯାଇଥିଲା । ଏହାପରେ ପ୍ରଥମେ ନାବାଳିକାକୁ ଅପହରଣ କରି ଅଭିଯୁକ୍ତ କେନ୍ଦ୍ରାପଡାରେ ଥିବା ତାର ଭଉଣୀ ଘରେ ଦୁଇ ଦିନ ରଖିଥିଲା। ସେଠାରୁ ଅଭିଯୁକ୍ତ ଗଣେଶ୍ୱର ନାବାଳିକାକୁ ପୁରୀ ନେଇ ଯାଇଥିଲା। ସେଠାରେ ଦୁଇଦିନ ରହିବା ପରେ ଅଭିଯୁକ୍ତ ନାବାଳିକାକୁ ଭୁବନେଶ୍ୱରର ଏକ ଭଡାଘରେ ରଖି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା।

ଏନେଇ ନାବାଳିକାର ପରିବାର ବାଲିକୁଦା ଥାନାରେ ଏ ସମ୍ପର୍କରେ 2021 ଫେବୃଆରୀ 2 ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାକୁ ବାଲିକୁଦା ପୋଲିସ ଗମ୍ଭୀରତାର ସହ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତର ଫୋନକୁ ଟ୍ରାପ କରି ଭୁବନେଶ୍ୱରର ଏକ ଭଡାଘରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଗଣେଶ୍ୱରକୁ ଗିରଫ କରିଥିଲା । ଯେଉଁ ମାମଲାର ଗତକାଲି ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତକୁ ଆଜୀବନ ଜେଲ୍

ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଗଣେଶ୍ୱର ବେହେରାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୬୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜରିମାନା ଆଦାୟ ନହେଲେ ଆହୁରି ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି କୋର୍ଟ । ସେହିପରି ଅନ୍ୟପଟେ ପୀଡ଼ିତାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ 7 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.