ଜଗତସିଂହପୁର: ପୋକ୍ସ କୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । 2016 ମସିହାରେ ଜଗତସିଂହପୁରରେ ସୁନୀଲ ଦାସ ନାମକ ଜଣେ ବ୍ୟକ୍ତି ଏକ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିଲା । ଏଥିରେ ନାବାଳିକା ଜଣଙ୍କ ଗୁରୁତର ହୋଇଥିଲେ । ଏହି ଘଟଣା ଘଟେଇବା ପରେ ଅଭିଯୁକ୍ତ ସୁନୀଲ ଦାସ ଫେରାର ହୋଇଯାଇଥିଲା ।
ନାଉଗାଁ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେବାସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା । ଦୀର୍ଘ7 ବର୍ଷ ପରେ ବୁଧବାର ଏ ସଂକ୍ରାନ୍ତରେ ଜଗତସିଂହପୁର ପୋକ୍ସ କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସୁନୀଲ ଦାସକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହିତ 3 ଲକ୍ଷ 50 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ