ETV Bharat / state

କାଳ ହେଲା କାଳବୈଶାଖୀ, ଗଛ ପଡି ଚାଲିଗଲା ଜୀବନ - କାଳବୈଶାଖୀରେ ଜଣେ ମୃତ

ଜଗତସିଂହପୁର ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଗଛ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କାଳବୈଶାଖୀରେ ଜଣେ ମୃତ
man dies due to thunderstorm
author img

By

Published : Apr 26, 2023, 7:59 AM IST

ଜଗତସିଂହପୁର: ଅସହ୍ୟ ଗରମରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି ହେଲେ କାଳ ହୋଇଛି କାଳବୈଶାଖୀ । ଜଗତସିଂହପୁର ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । କାଳବୈଶାଖୀ ପ୍ରବଳ ପବନ ପ୍ରଭାବରେ ଗଛ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଦିନରେ ପ୍ରବଳ ଖରା ହୋଇଥିଲା ମାତ୍ର ସନ୍ଧ୍ୟାରେ ତାଣ୍ଡବ ରଚିଥିଲା କାଳବୈଶାଖୀ । ବର୍ଷା ସହିତ ଜୋରରେ ପବନ ହୋଇଥିଲା । ଜଣେ ବ୍ୟକ୍ତଙ୍କ ଉପରେ ଗଛ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣା ବସନ୍ତ ଗ୍ରାମର ନିରଞ୍ଜନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଏକ ଗଛ ଭାଙ୍ଗି ପଡିଥିଲା । ଫଳରେ ଘଟଣାସ୍ଥଳରେ ସେ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଫଳରେ ବର୍ଷା ସହ ପବନ ବହିଥିଲା । ବର୍ଷା ଯୋଗୁଁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ଏହା ବି ପଢନ୍ତୁ...ସର୍ଭିସ୍ ରିଭଲଭରରୁ ଗୁଳି କରି CRPF ଅଧିକାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଏହା ବି ପଢନ୍ତୁ...ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା, ଆଜିବି କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣା ବସନ୍ତ ଗ୍ରାମର ନିରଞ୍ଜନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଏକ ଗଛ ଭାଙ୍ଗି ପଡିଥିଲା । ଫଳରେ ଘଟଣାସ୍ଥଳରେ ସେ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଫଳରେ ବର୍ଷା ସହ ପବନ ବହିଥିଲା । ବର୍ଷା ଯୋଗୁଁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି । ମଇ 5 ତାରିଖ ଯାଏ କାଳବୈଶାଖୀ ଜାରି ରହିବ । ଆସନ୍ତାକାଲି (ଗୁରୁବାର) ରାଜ୍ୟରେ ଏକ ପଶ୍ଚିମା ଝଡ ସୃଷ୍ଟି ହେବାକୁ ଯାଉଥିବା ବେଳେ ୨୯ ତାରିଖ ବେଳକୁ ଟ୍ରପ ଲାଇନ ସକ୍ରିୟ ହେବ । । ଏହି ସମୟରେ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏହି ସମୟରେ ଘରୁ ନ ବାହାରିବାକୁ ସତର୍କ କରାଯାଛି । ଆସନ୍ତା 24 ଘଣ୍ଟା ଯାଏଁ 4 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.