ETV Bharat / state

ମା' ଶାରଳାଙ୍କ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ଗିରଫ - ଜଗତସିଂହପୁର ମା ଶାରଳା ମନ୍ଦିର

Maa Sarala temple theft case: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଘଟଣାର ଅଭିଯୁକ୍ତକୁ ଗିରଫ କରାଯାଇଛି । ଏଥି ସହିତ ଅଭିଯୁକ୍ତ ନିକଟରୁ ୧,୮୫,୧୯୬ ଟଙ୍କା, ଦୁଇଟି ମୋବାଇଲ ଓ ମା' ଶାରଳାଙ୍କ ଏକ ଶାଢ଼ୀ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

ମା' ଶାରଳାଙ୍କ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ

author img

By ETV Bharat Odisha Team

Published : Dec 18, 2023, 7:50 PM IST

ମା' ଶାରଳାଙ୍କ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ ଚୋର । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯିବ । ଏଥି ସହିତ ଅଭିଯୁକ୍ତ ନିକଟରୁ ନଗଦ ୧,୮୫,୧୯୬ ଟଙ୍କା, ଦୁଇଟି ମୋବାଇଲ ଓ ମା' ଶାରଳାଙ୍କ ଏକ ଶାଢ଼ୀ ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେରୀ ଗାଁର ଋଷି ମହାନ୍ତ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଅଭିଯୁକ୍ତ ଋଷି ମହାନ୍ତ ଗତ ୧୧ ତାରିଖରୁ ଜଗତସିଂହପୁର ଆସି ମା' ଶାରଳାଙ୍କ ମନ୍ଦିର ଯାଇ ଚୋରି ଯୋଜନା କରିଥିଲା । ଏହାସହ 13 ତାରିଖ ରାତିରେ ଇଲେକ୍ଟ୍ରି କଟର ଓ ରେଞ୍ଚି ବ୍ୟବହାର କରି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଇ ଫେରାର ହୋଇ ଯାଇଥିଲା । ପରେ ପୋଲିସ ମୋବାଇଲ ଫୋନ ଟ୍ରାକ କରି କରଞ୍ଜିଆର ଏକ ହୋଟେଲରୁ ଅଭିଯୁକ୍ତକୁ ଗିରଫ କରିଛି । ତେବେ ପୂର୍ବରୁ ବାଟରେ ପଡିଥିବା ଟଙ୍କା ପାଇଥିବା ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନେ ଏଥିରେ ସମ୍ପୃକ୍ତ ନୁହନ୍ତି ବୋଲି କହିଛନ୍ତି ଅତିରିକ୍ତ ଏସପି । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ସନ୍ଧ୍ୟାରେ ତାକୁ କୋର୍ଟ ଚାଲାଣ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ.......ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି, ୩ ଅଟକ

ସୂଚନା ଯୋଗ୍ୟ ଯେ, ଗତ 13 ତାରିଖ ଦିନ ରାତିରେ ଅଭିଯୁକ୍ତ ଜଣଙ୍କ ମନ୍ଦିରରେ ପଶି ହୁଣ୍ଡି ବାକ୍ସ କାଟି 30 ରୁ 35 ଲକ୍ଷ ଟଙ୍କା ଲୁଟି ଚମ୍ପଟ ହୋଇଯାଇଥିଲେ । ସକାଳେ ଏହି ଘଟଣା ଜଣା ପଡିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଥାନାରେ ଏକ ଅଭିଯୋଗ କରାଯାଇଥିଲା । ସେପଟେ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ । ଅନ୍ୟପକ୍ଷରେ ମା' ଶାରଳାଙ୍କ ମନ୍ଦିର ମଧ୍ୟରେ ଏକ ପୋଲିସ ଫାଣ୍ଡି ରହିଛି । ଏହି ଫାଣ୍ଡିରେ ଲୁଟ ଘଟଣା ଘଟିବା ଦିନ କେହି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ କି ନାହିଁ ଓ ମନ୍ଦିରର ରାତ୍ରୀ ଜଗୁଆଳି କିପରି ଚୋରି ଘଟଣାର ସୁରାଗ ପାଇ ପାରିଲେ ନାହିଁ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଘଟଣା ଦିନ ଯେଉଁ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ ଏବଂ ତାଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.