ETV Bharat / state

ମକରସଂକ୍ରାନ୍ତିରେ ଚଳଚଞ୍ଚଳ ମା‘ ଶାରଳାଙ୍କ ପୀଠ

author img

By

Published : Jan 14, 2023, 10:57 PM IST

ପବିତ୍ର ମକର ସଂକ୍ରାନ୍ତି ପର୍ବ । ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼ । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା’ଶାରଳାଙ୍କ ମନ୍ଦିରରେ ମକର ସଂକ୍ରାନ୍ତି ପର୍ବ ବେଶ ଆଡମ୍ବର ସହ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

ମା‘ ଶାରଳାଙ୍କ ପୀଠରେ ମକର ସଂକ୍ରାନ୍ତି ପବିତ୍ର ପାଳିତ

ମା‘ ଶାରଳାଙ୍କ ପୀଠରେ ମକର ସଂକ୍ରାନ୍ତି

ଜଗତସିଂହପୁର: ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ବ । ଚଳଚଞ୍ଚଳ ଗାଁ ଠାରୁ ସହର। ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଘରେ ଘରେ ମକର ଚଉଳ କରି ନିଜ ଇଷ୍ଟ ଦେବାଦେବୀଙ୍କୁ ଭୋଗ କରିଛନ୍ତି ରାଜ୍ୟବାସୀ । ଏହି ପବିତ୍ରରେ ଜଗତସିଂହପୁର ଇଷ୍ଟଦେବୀ ମା’ଶାରଳାଙ୍କ ମନ୍ଦିରରେ ମକର ସଂକ୍ରାନ୍ତି ପର୍ବ ବେଶ ଆଡମ୍ବର ସହ ପାଳନ କରାଯାଇଛି ।

ମା’ଶାରଳାଙ୍କ ମନ୍ଦିରରେ ଭୋର ୪ଟା ରୁ ଦ୍ୱାରଫିଟା ନୀତି ସମ୍ପନ୍ନ ହେବାପରେ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ମଇଲମ ନୀତି, ମନ୍ଦିର ଶୋଧ, ସ୍ନାନ ମାର୍ଯ୍ୟନ, ମଙ୍ଗଳ ବେଶ କରାଯାଇଥିଲା। ପରେ ମା’ଙ୍କ ପାଖରେ ମକର ଲାଗି କରାଯାଇଥିଲା। ଦିନ ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବାପରେ ମନ୍ଦିର ମଧ୍ୟକୁ ସର୍ଵସାଧାରଣ ଦର୍ଶନ ହୋଇଥିଲା । ମା’ଶାରଳାଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ମକର ସଂକ୍ରାନ୍ତି ଥିବାରୁ ମା’ଙ୍କ ପୀଠରେ ହଜାର ହଜାର ଭକ୍ତ ସମାଗମ ଦେଖିବାକୁ ମିଳିଥିଲା ।

ଶ୍ରଦ୍ଧାଳୁମାନେ ବେଢାରେ ମକର ଚାଉଳ ପ୍ରସାଦ କରି ମାଙ୍କ ନିକଟରେ ଭୋଗ ଲାଗି କରିଥିଲେ। ଅରୁଆ ଚାଉଳ,ଛେନା, ନଡିଆ, କଦଳୀ, ନବାତ, କ୍ଷୀର, ଖୁଆ ରେ ପ୍ରସ୍ତୁତ ମକର ଚାଉଳ କୁ ମନ୍ଦିର ପ୍ରଶାସନ ପକ୍ଷରୁ ମାଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା । ମା’ଙ୍କ ନିକଟରୁ ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ରେଶମ ସହରରେ ଭୋଗୀ ପାଳିତ, ଧୁମଧାମରେ ମକର ସଂକ୍ରାନ୍ତି ପାଳିଲେ ତେଲୁଗୁ ସଂପ୍ରଦାୟ ଲୋକେ

ସେହିପରି ମା, ଶାରଳା ଙ୍କ ମନ୍ଦିର ପରିସର ରେ ଥିବା ସୂର୍ଯ୍ୟ ମନ୍ଦିର ରେ ସୂର୍ଯ୍ୟ ଉତ୍ତରାୟଣ ପୂଜା କରାଯାଇଥିଲା। ଜିଲ୍ଲା ଓ ଜିଲ୍ଲା ବାହାରୁ ଶତାଧିକ ସଂଖ୍ୟା ରେ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଯାନବାହନ ନିୟନ୍ତ୍ରଣ ଓ ଭକ୍ତ ଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହାସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଥିଲେ ମନ୍ଦିର ପ୍ରଶାସନ ।

ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବାରୁ ଯାତାୟାତ ରେ ସମସ୍ୟା ଦେଖା ଯାଇଥିଲା। ତେବେ ଏହାକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ମକର ସଂକ୍ରାନ୍ତି ପାଇଁ ସଫେଇ କାର୍ଯ୍ୟ କରାଯାଉଥିବା ଦେଖା ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.