ETV Bharat / state

ଅଳକାଶ୍ରମ ସ୍ମୃତି ଭବନରେ ଗାନ୍ଧିଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ - ଜଗତସିଂହପୁରରେ ଗାନ୍ଧିଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଜଗତସିଂହପୁର ଜିଲ୍ଲା ଅଳକାଶ୍ରମରେ ପାଳିତ ହୋଇଛି । ଅଧିକ ପଢନ୍ତୁ...

Mahatma Gandhi's 75th death anniversary celebrated at Alaka Ashram in Jagatsinghpur
ଅଳକାଶ୍ରମ ସ୍ମୃତି ଭବନରେ ଗାନ୍ଧିଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
author img

By

Published : Jan 30, 2021, 6:35 PM IST

ଜଗତସିଂହପୁର: ଆଜି(ଶନିବାର) ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 75ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହେଉଛି । ଏଥିଲାଗି ଜିଲ୍ଲାର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲା ମୁଖ୍ୟାଳୟ ଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ଭବନରେ ଏହି ଦିବସକୁ ପାଳନ କରାଯାଇଛି ।

ଅଳକାଶ୍ରମ ସ୍ମୃତି ଭବନରେ ଗାନ୍ଧିଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଜାତିର ଜନକ ମହାତ୍ମା ଗାନ୍ଧୀ ଭାରତର ନୁହେଁ ବରଂ ସାରା ବିଶ୍ବରେ ଅଦ୍ବିତୀୟ ବୋଲି ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଗାନ୍ଧୀଙ୍କ ଆଦର୍ଶ, କାର୍ଯ୍ୟଧାରା ସମଗ୍ର ବିଶ୍ବରେ ବିରଳ ବୋଲି ବକ୍ତାମାନେ କହିଥିଲେ । ପରେ ଜାତୀୟ ମୁକ୍ତି ସଂଗ୍ରାମ ନାମକ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଶତାୟୁ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ, ମାଧବାନନ୍ଦ ମନୋହରୀ, ବିଶିଷ୍ଟ ସାହିତ୍ୟିକ ମହେନ୍ଦ୍ର ଆଚାର୍ଯ୍ୟ, ହେମନ୍ତ ରଥ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.