ETV Bharat / state

ମହାଶିବରାତ୍ରି ୨୦୨୩: ଚଳଚଞ୍ଚଳ ଜିଲ୍ଲାର ବିଭିନ୍ନ ଶୈବ ପୀଠ

ମହାଶିବରାତ୍ରି ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାର ପ୍ରମୁଖ ଶୈବପୀଠ ଗତେଶ୍ବର ମନ୍ଦିରରେ ଜମିଛି ଭକ୍ତଙ୍କ ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

author img

By

Published : Feb 18, 2023, 11:01 PM IST

Mahashivratri 2023
Mahashivratri 2023
ମହାଶିବରାତ୍ରି ୨୦୨୩: ଚଳଚଞ୍ଚଳ ଜିଲ୍ଲାର ବିଭିନ୍ନ ଶୈବ ପୀଠ

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ମହାଶିବରାତ୍ରି ଜାଗର ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି । ଜିଲ୍ଲାର ପ୍ରମୁଖ ଶୈବପୀଠ ଗତେଶ୍ବର ମହାଦେବଙ୍କ ମନ୍ଦିର ଶିବରାତ୍ରି ଜାଗରକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମହାପ୍ରଭୁ ଗତେଶ୍ବରଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି । ସନ୍ଧ୍ୟା ସମୟରୁ ଲମ୍ବା ଲାଇନରେ ଶ୍ରଦ୍ଧାଳୁମାନେ ଯାଇ ପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ। ଅନେକ ଶ୍ରଦ୍ଧାଳୁ ମଧ୍ୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଦୀପ ଲଗାଇ ମହାପ୍ରଭୁଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଛି ।

ବିଶ୍ବାସ ରହିଛି ଏହି ଦିନ ଜାଗର ବ୍ରତ ରଖି ଯେଉଁମାନେ ଦୀପଦାନ କରନ୍ତି ବା ମହାଦୀପ ଦର୍ଶନ କରିଥାନ୍ତି ସେମାନେ ଅନେକ ଜନ୍ମର ପୁଣ୍ୟଲାଭ କରିଥାନ୍ତି । ଏହି ପରମ୍ପରା ଅନୁଯାୟୀ ସମଗ୍ର ଭାରତ ବର୍ଷରେ ଶୈବ ଉପାସନା ପ୍ରଚଳିତ ରହି ଆସିଛି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡ଼ିକରେ ମହାଶିବରାତ୍ରି ପୂଜା ଅନୁଷ୍ଠିତ ହେଉଛି। ଏରସମା ପଞ୍ଚୁ ପଲେଇର ଗ୍ରାମେଶ୍ବର, ଜଗତସିଂହପୁର ସହରର ହାଟ ବଜାରରେ ଥିବା ସୋମନାଥ ମହାଦେବ ମନ୍ଦିର, ବିରିଡିର ଅଷ୍ଟସମ୍ଭୁ ମହାଦେବ ମନ୍ଦିର ଆଦି ଶୈବ ପୀଠମାନଙ୍କରେ ପ୍ରବଳ ଜନ ସମାଗମ ହୋଇଛି।

ଏହା ବି ପଢନ୍ତୁ- କେନ୍ଦ୍ରମନ୍ତ୍ରୀ ଦର୍ଶନା ଜାରଦୋଷଙ୍କ ଜଗତସିଂହପୁର ଗସ୍ତ, କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା

ପ୍ରତ୍ୟେକ ଶିବ ମନ୍ଦିରରେ ଭୋରରୁ ମଙ୍ଗଳ ଆଳତୀ ସରିବା ପରେ ଗଙ୍ଗାଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା । ପରେ ବାଳଧୂପ ସମାପନ ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଅନୁଷ୍ଠିତ ହୋଇ ହୋଇଥିଲା । ୫୦୦ବର୍ଷର ପ୍ରାଚୀନ ଶୈବପୀଠ ଗତେଶ୍ବର ମହାଦେବଙ୍କ ମନ୍ଦିରରେ ଆଜି ଶୈବ ଓ ବୈଷ୍ଣବୀୟ ପରମ୍ପରା ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏହି ମନ୍ଦିରରେ ଶକ୍ତି ପୂଜା ପାଉଥିଲେ ମଧ୍ୟ ନାରାୟଣ ମନ୍ତ୍ରରେ ପ୍ରଭୁଙ୍କୁ ପୂଜା କରାଯାଇଥାଏ।

ପରମ୍ପରା ଅନୁସାରେ ଦିନ ଓ ରାତ୍ରିରେ ରୁଦ୍ରାଭିଷେକ କରାଯିବା ସହ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥାଏ । ଭୋଗର ଅନନ୍ୟ ପରମ୍ପରା ଏହି ମନ୍ଦିରରେ ଦେଖିବାକୁ ମିଳେ। ଏଠାରେ ପ୍ରମୁଖ ଭୋଗ ଭବରେ ଏଣ୍ଡୁରି ପିଠା ସହିତ ରସାବଳୀ ଭୋଗ ଭୋଳାବାବାଙ୍କୁ ଅର୍ପଣ କରାଯାଇଥାଏ । ମହାଶିବରାତ୍ରି ଅବସରରେ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କୋରୋନା ମହାମାରୀ ପରେ ଜାଗର ଯାତ୍ରାକୁ ନେଇ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହିତ ରହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.