ETV Bharat / state

ତାରପୁରରେ ବିପଦ ସଙ୍କେତ ଉପରେ ମହାନଦୀ - ଜଗତସିଂହପୁର ବନ୍ୟା

ଜଗତସିଂହପୁରରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି। କେତେକ ସ୍ଥାନରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଅଧିକ ପଢନ୍ତୁ...

ତାରପୁରରେ ବିପଦ ସଙ୍କେତ ଉପରେ ମହାନଦୀ
ତାରପୁରରେ ବିପଦ ସଙ୍କେତ ଉପରେ ମହାନଦୀ
author img

By

Published : Sep 3, 2020, 8:33 AM IST

ଜଗତସିଂହପୁର: ଜିଲ୍ଲାରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି। କେତେକ ସ୍ଥାନରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। କୁଜଙ୍ଗ ବ୍ଲକର ଜିଲାନାସି ଓ ସାଇଲୋ ଗ୍ରାମପଞ୍ଚାୟତ ଏବେ ବି ପାଣି ଘେର ମଧ୍ୟରେ ରହିଛି।

ତାରପୁରରେ ବିପଦ ସଙ୍କେତ ଉପରେ ମହାନଦୀ

ମହାନଦୀ ସାଉଥ ଡିଭିଜନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା 8 ଟା ସୁଦ୍ଧା ତାରପୁର ନିକଟରେ ମହାନଦୀର ଜଳସ୍ତର 10.68 ମିଟର ରହିଛି। ଯାହାକି ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଦେବୀନଦୀ ମାଛ ଗାଁ ନିକଟରେ 13. 15 ମିଟରରେ ପ୍ରବାହିତ ହେଉଛି।

ସେହିପରି ପାଇକା ନଦୀର ଜଳପତ୍ତନ ଶଙ୍ଖେଶ୍ବର ନିକଟରେ 25.80 ଫୁଟ ରହିଛି । ଅନ୍ୟପଟେ ଜିଲ୍ଲାରେ ଦେବୀ ନଦୀର ଜଳପତ୍ତନ ମଧ୍ୟ ହ୍ରାସ ପାଉଛି। ଦଳେଇ ଘାଇ ନିକଟରେ ଦେବୀ ନଦୀର ଜଳପତ୍ତନ 53.90 ଫୁଟ ରହିଥିବାବେଳେ ଆଳିପିଙ୍ଗଳ ନିକଟରେ 10.35 ମିଟର ରହିଛି । ଯାହାକି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଦେଳେଇ ଘାଇ ନିକଟରେ ବିପଦ ସଙ୍କେତ 57 ଫୁଟ ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.