ETV Bharat / state

ଆଜିଠୁ ଖୋଲିଲା ମା'ଶାରଳା ଓ ଗୋରେଖନାଥ ମନ୍ଦିର, ଦର୍ଶନ କରି ବିଭୋର ଭକ୍ତ

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା, ଶାରଳା ଓ ଗୋରେଖନାଥ ମନ୍ଦିର । ଅଧିକ ପଢନ୍ତୁ...

ଭକ୍ତଙ୍କ ପାଇଁ ଖୋଲିଲା ମା, ଶାରଳା ଓ ଗୋରେଖ ନାଥଙ୍କ ମନ୍ଦିର

author img

By

Published : Aug 6, 2021, 1:21 PM IST

ଜଗତସିଂହପୁର: ଭକ୍ତ ପାଇଁ ଖୋଲିଲା ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା, ଶାରଳା ଓ ଗୋରେଖନାଥ ମନ୍ଦିର । ଏନେଇ ଆଜି ସକାଳୁ ସକାଳୁ ମନ୍ଦିରର ମୁଖ୍ୟଦ୍ୱାରକୁ ଖୋଲାଯିବା ସହିତ ସର୍ଵ ସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ଗର୍ଭଗୃହକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇ ଥିବା ବେଳେ ଦୀପ, ଭୋଗ, ଓ କୌଣସି ବାହାର ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଭକ୍ତଙ୍କ ପାଇଁ ଖୋଲିଲା ମା, ଶାରଳା ଓ ଗୋରେଖ ନାଥଙ୍କ ମନ୍ଦିର

ମନ୍ଦିରର ଭିତର ବେଢାରୁ ସର୍ବ ସାଧାରଣ ମା, ଙ୍କୁ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ମନ୍ଦିର ମଧ୍ୟରେ କୌଣସି ଭକ୍ତ ମା, ଙ୍କ ପାଦୁକ, ପ୍ରସାଦ କି ସିନ୍ଦୁର ପୂଜକ ମନେ ଲଗାଇ ପାରିବେ ନାହିଁ। ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ପ୍ରଶାସନ ସେହିଭଳି ପ୍ରଭୁ ଗୋରେଖ ନାଥ ମନ୍ଦିରକୁ ମଧ୍ୟ ଆଜି ଖୋଲିବାକୁ ଅନୁମତି ଦେଇଛି। ଦୀର୍ଘଦିନ ପରେ ଶ୍ରଦ୍ଧାଳୁ ଗୋରେଖ ନାଥଙ୍କ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟରେ ଦୀପ ଭୋଗକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମନ୍ଦିର ମଧ୍ୟକୁ ଏକାଥରକେ ୧୦୦ ଜଣ ପ୍ରବେଶ ପାଇଁ ଅନୁମତି ମିଳିଛି । ମାସ୍କ ସାନିଟାଇଜର ଓ ଥର୍ମାଲ ସ୍କାନର ମାଧ୍ୟମରେ ଉତ୍ତାପ ଯାଞ୍ଚ ପରେ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଦିଆଯାଇଛି। ଦୀର୍ଘ ଦିନ ପରେ ଜଗତସିଂହପୁର ଜିଲ୍ଲାରେ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇ ଥିବାରୁ ଭକ୍ତ ମାନେ ବେଶ ଖୁସି ଅଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.