ETV Bharat / state

3 ବର୍ଷ ପରେ ଧୂମଧାମରେ ହେବ ବିଶ୍ୱକର୍ମା ପୂଜା, ଚମକିବ ବନ୍ଦର ନଗରୀ ପାରାଦ୍ବୀପ - ବିଶ୍ୱକର୍ମା ପୂଜା ପ୍ରସ୍ତୁତି ବୈଠକ

ଏଥର ଧୂମଧାମରେ ପାରାଦ୍ବୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି ।

lord biswakarma puja to be held in paradip
3 ବର୍ଷ ପରେ ଧୁମଧାମରେ ହେବ ବିଶ୍ୱକର୍ମା ପୂଜା
author img

By

Published : Jul 27, 2023, 10:34 AM IST

Updated : Jul 27, 2023, 11:12 AM IST

3 ବର୍ଷ ପରେ ଧୂମଧାମରେ ହେବ ବିଶ୍ୱକର୍ମା ପୂଜା

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ପୁଣି ଲାଗିବ ଗହଳି । ଖୋଲିବ ଭଳି କି ଭଳି ଦୋକାନ ଆଉ ଚଟପଟା ଖାଦ୍ୟର ପସରା । ଝିଲମିଲ ଆଲୋକମାଳାରେ ଝଲସି ଉଠିବ ସହର କାରଣ 3 ବର୍ଷ ପରେ ପାରାଦ୍ବୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ଧୂମଧାମରେ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ବୈଠକ ମଧ୍ୟ ବସିଛି । ଏଥର ବିଶ୍ବକର୍ମା ପୂଜା ନିଶ୍ଚିନ୍ତ ହେବ ।

ଚଳିତ ବର୍ଷ ପାରାଦ୍ବୀପରେ ଧୂମଧାମରେ ଓଡିଶା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେବ । କୋଭିଡ ମହାମାରୀ ପାଇଁ 2020ରୁ ପାରାଦ୍ୱୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ବନ୍ଦ ରହିଥିଲା । ଚଳିତ ବର୍ଷ ଅତି ଆଡମ୍ବରରେ ଏହି ପୂଜା କରାଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ବିଶ୍ୱକର୍ମା ପୂଜା ପାଇଁ ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱକର୍ମା ପୂଜା ସେପ୍ଟେମ୍ବର 17 ତାରିଖରେ ପଡ଼ୁଥିବାରୁ ପ୍ରସ୍ତୁତି ଚୂଡାନ୍ତ କରିବାକୁ ନିଷ୍ପତ୍ତି ହୋଇଛି । ପୂଜାରେ ସାମିଲ ହେଉଥିବା ବିଭିନ୍ନ ଶିଳ୍ପ ଓ ଶ୍ରମିକ ସଂଗଠନ ପାରାଦ୍ୱୀପ ବନ୍ଦରର ବିଭିନ୍ନ ବିଭାଗ, ଗାଡି ମାଲିକ ସଂଘ ଓ ବିଭିନ୍ନ ସଂଗଠନକୁ ନେଇ ବନ୍ଦର ପ୍ରଶାସନିକ ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପାରାଦ୍ୱୀପ ବନ୍ଦର ସଚିବ ପିଏନ ବାହେକର ଚଳିତ ବର୍ଷ ଯେପରି ପାରାଦ୍ୱୀପର ବିଶ୍ୱକର୍ମା ପୂଜା ଧୂମଧାମରେ ପାଳନ କରାଯାଇ ପାରିବ ତାକୁ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ପାରାଦ୍ୱୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ସନ୍ଧ୍ୟା ସମର୍ଥ ପ୍ରମୁଖ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ପାରାଦ୍ୱୀପ ବିଶ୍ୱକର୍ମା ପୂଜା ପାଇଁ 29ଟି ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ...ମା’ ଶାରଳାଙ୍କ ମନ୍ଦିରରେ ଲାଗିଲା ନୂଆ କଟକଣା, ଅମାନିଆଙ୍କୁ ମନ୍ଦିର ପ୍ରଶାସନର ତାଗିଦ

ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ସହରରେ ପ୍ରତିବର୍ଷ ବିଶ୍ବକର୍ମା ପୂଜା ଧୂମଧାମରେ ପାଳନ କରାଯାଏ । ପାରାଦ୍ବୀପର ବିଭିନ୍ନ ଶିଳ୍ପାଞ୍ଚଳ ପକ୍ଷରୁ ସୁଉଚ୍ଚ ତୋରଣ କରାଯାଏ । ଏହାକୁ ଦେଖିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟେ । ଏହା ସହିତ ଭଳିକି ଭଳି ଖାଇବା ଷ୍ଟଲଠୁ ଆରମ୍ଭ କରି ଦୋକାନ ବଜାର ମଧ୍ୟ ପଡିଥାଏ । ଲୋକେ ସୁନ୍ଦର ଆଲୋକମାଳାରେ ସଜ୍ଜିତ ତୋରଣକୁ ଉପଭୋଗ କରିବା ସହିତ ମେଳା ବୁଲିଥାନ୍ତି । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ଏହି ସମୟରେ ସହର ଚଳଚଞ୍ଚଳ ହୋଇଥାଏ । ମାତ୍ର 2020ରୁ କୋରୋନା କୋପରେ ପୂଜା ନିରାଡମ୍ବରରେ ହେଉଥିଲା । କେବଳ ବିଧି ଅନୁସାରେ ବିଶ୍ବକର୍ମାଙ୍କୁ ସ୍ଥାପନା କରାଯାଇ ପୂଜା କରାଯାଉଥିଲା । ମାତ୍ର 3 ବର୍ଷ ପରେ ଚଳିତ ବର୍ଷ ଧୁମଧାମରେ ପ୍ରସିଦ୍ଧ ବିଶ୍ବକର୍ମା ପୂଜା କରିବାକୁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 27, 2023, 11:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.