ETV Bharat / state

କୁଜଙ୍ଗରେ ବିଦ୍ୟାଳୟ ଭୂମି ପୂଜନ ବେଳେ ଜିଲ୍ଲାପାଳଙ୍କୁ ବିରୋଧ - ପାରାଦୀପ ଖବର

ଜିଲ୍ଲାପାଳଙ୍କ ଭୂମିପୂଜନକୁ ବିରୋଧ କଲେ ପାରାଦୀପ ବିଜେଡି ନେତା ଓ ଗ୍ରାମବାସୀ । ପାରାଦୀପ ନିକଟବର୍ତ୍ତୀ ଭୁତମୁଣ୍ଡାଇ ଗାଁରେ ଥିବା ପାରାଦୀପ ବନ୍ଦର ଉଚ୍ଚ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ପୂର୍ବରୁ ଏହାର ଭୂମିପୂଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ...

କୁଜଙ୍ଗରେ ବିଦ୍ୟାଳୟ ଭୁମି ପୂଜନ ବେଳେ ଜିଲ୍ଲାପାଳଙ୍କୁ ବିରୋଧ

author img

By

Published : Apr 20, 2021, 6:49 PM IST

ଜଗତସିଂହପୁର: ଜିଲ୍ଲାପାଳଙ୍କ ଭୂମିପୂଜନକୁ ବିରୋଧ କଲେ ପାରାଦୀପ ବିଜେଡି ନେତା ଓ ଗ୍ରାମବାସୀ । ପାରାଦୀପ ନିକଟବର୍ତ୍ତୀ ଭୁତମୁଣ୍ଡାଇ ଗ୍ରାମରେ ଥିବା ପାରାଦୀପ ବନ୍ଦର ଉଚ୍ଚ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ପୂର୍ବରୁ ଏହାର ଭୂମିପୂଜନ କରାଯାଇଥିଲା । ତେବେ ଜିଲ୍ଲାପାଳଙ୍କ ଏହି ଭୂମିପୂଜନ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ସ୍ଥାନୀୟ କେତେକ ବିଜେଡି ନେତା ଓ ଗ୍ରାମବାସୀ । କୌଣସି ଟେଣ୍ଡର ନ ହୋଇ ଏହି ସ୍କୁଲର କାର୍ଯ୍ୟାଦେଶ ଏରସମା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କୁଜଙ୍ଗରେ ବିଦ୍ୟାଳୟ ଭୁମି ପୂଜନ ବେଳେ ଜିଲ୍ଲାପାଳଙ୍କୁ ବିରୋଧ

ପାରାଦୀପ ବନ୍ଦର ଉଚ୍ଚ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ପାଇଁ 59 ଲକ୍ଷ 78 ହଜାର ଟଙ୍କା ମଞ୍ଜୁର ହୋଇଥିଲା । 5T ଅଧୀନରେ ହାଇସ୍କୁଲର ଟ୍ରାନ୍ସଫରମେସନ ଅଧୀନ ଏହି ଅର୍ଥ ମଞ୍ଜୁର ହୋଇଛି । ତେବେ ଏହି ଉନ୍ନତିମୂଳକ କାର୍ଯ୍ୟ ପୂର୍ବରୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ଜିଲ୍ଲାପାଳ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ କଣ୍ଟ୍ରାକ୍ଟରଙ୍କୁ ସୁଯୋଗ ଦେବା ପରିବର୍ତ୍ତେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟେଣ୍ଡର ଦିଆଯାଇଥିବା ଅଭିଯୋଗ ହୋଇଛି ।

ଏହି କାର୍ଯ୍ୟାଦେଶକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଏହା ଉପରେ ପୁନଃରବିଚାର କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଭୁମି ପୂଜନରେ ଜିଲ୍ଲାପାଳ ସ୍ଥାନୀୟ ବିଧାୟକଙ୍କୁ ନଡାକିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାପାଳଙ୍କ ଏହିଭଳି କାର୍ଯ୍ୟ ଆଗାମୀ ଦିନରେ ଜାରି ରହିଲେ ଭୁତମୁଣ୍ଡାଇ ଗ୍ରାମବାସୀ ଓ ପୁରାତନ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.