ETV Bharat / state

ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ମୁଣ୍ଡ ଫଟାଇ ଦେଲା ମାଫିଆ

କୁଜଙ୍ଗ ବିଶ୍ବାଳି ଗ୍ରାମରେ ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ମଦ ମାଫିଆଙ୍କ ଆକ୍ରମଣ । ଆହତ ଦୁଇଜଣ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ଅଧିକ ପଢନ୍ତୁ...

ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ମଦ ମାଫିଆଙ୍କ ଆକ୍ରମଣ

author img

By

Published : Apr 23, 2021, 8:45 PM IST

ଜଗତସିଂହପୁର : କୁଜଙ୍ଗ ବିଶ୍ବାଳି ଗ୍ରାମରେ ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ମଦ ମାଫିଆଙ୍କ ଆକ୍ରମଣ । ଆହତ ଦୁଇଜଣ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତେବେ ଦିର୍ଘଦିନ ବିଶ୍ବାଳି ଗ୍ରାମରେ ଟେସନାରୀ ଦୋକାନ କରିଥିବା ସୋମନାଥ ପଲେଇ ଓ ଗୋପବନ୍ଧୁ ପଲେଇ ଦୋକାନ ମଧ୍ୟରେ ଚୋରା ମଦ ବ୍ୟବସାୟ କରୁଥିଲେ । ଫଳରେ ଲୋକମାନେ ଏହି ଟେସନାରୀ ଦୋକାନକୁ ମଦ ପାଇଁ ଆସି ଦୋକାନ ସାମ୍ନାରେ ଥିବା ଶିବରାମ ପଲେଇଙ୍କ ଘର କବାଟ ବାଡେଇଥାନ୍ତି । ଯାହାକୁ ବିରୋଧ କରି ଶିବରାମ ପାରାଦ୍ଵୀପ ଲକ୍ ଥାନାରେ ଅଭିଯୋଗ କରିଥିଲେ ।

ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ମଦ ମାଫିଆଙ୍କ ଆକ୍ରମଣ

ଏହି ଘଟଣାକୁ ନେଇ ଆଜି ସୋମନାଥ ପଲେଇ ଓ ଗୋପିନାଥ ପଲେଇଙ୍କ ସମେତ ପରିବାରର ଅନ୍ୟମାନେ ମିଶି ହେଲମେଟ ଓ ଅସ୍ତ୍ର ସାହାଯ୍ୟରେ ଶିବରାମ ଓ ତାଙ୍କ ପୁଅ ପ୍ରକାଶ ପଲେଇଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଉଭୟ ବାପ ପୁଅଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଉଭୟଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଶିବରାମଙ୍କୁ ଜଗତସିଂହପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ ଶିବରାମଙ୍କ ବୋହୂ ଥାନାରେ ଏତେଲା ଦେବା ପରେ ପୋଲିସ ପକ୍ଷରୁ ଆହାତଙ୍କ ତ୍ବରିତ ଚିକିତ୍ସା ବ୍ୟବସ୍ଥା କରାଇବା ସହିତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.