ETV Bharat / state

ପାରାଦ୍ବୀପରେ ମାଛ ମଡ଼କ, ପାଣି ଉପରେ ଭାସୁଛି ଟନ୍ ଟନ୍ ମାଛ - large number of dead fish

ପାରାଦୀପ ଉପକଣ୍ଠରେ ଥିବା ଏକ ପୋଖରୀରେ ଟନ୍ ଟନ୍ ମାଛ ମରି ପଡିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ମତ୍ସ ବିଭାଗ ଓ ପାରାଦୀପ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପାଣି ଉପରେ ଭାସୁଛି ଟନ୍ ଟନ୍ ମାଛ
ପାଣି ଉପରେ ଭାସୁଛି ଟନ୍ ଟନ୍ ମାଛ
author img

By

Published : Jun 26, 2023, 10:01 AM IST

ପାଣି ଉପରେ ଭାସୁଛି ଟନ୍ ଟନ୍ ମାଛ

ପାରାଦ୍ବୀପ: ପାରାଦ୍ବୀପ ଉପକଣ୍ଠରେ ମାଛ ମଡକ । ଟନ୍ ଟନ୍ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ପାରାଦ୍ବୀପ ଲକ୍ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ସହ ପାରାଦ୍ବୀପ ମତ୍ସ୍ୟ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ମତ୍ସ୍ୟ ବିଭାଗ ଓ ପାରାଦ୍ବୀପ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକଣ୍ଠ ଷଣ୍ଡକୂଦ ଅଞ୍ଚଳର ଗୋଠ ଡିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ନଦୀରେ କୁଢ କୁଢ ମାଛ ମଡ଼କ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ଘଟଣାସ୍ଥଳରେ ମତ୍ସ୍ୟ ବିଭାଗର ଅଧିକାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପାରାଦ୍ବୀପ ଉପକଣ୍ଠ ଷଣ୍ଡକୂଦ ଠାରେ ଥିବା ଗୋଠଡିଆ ଗ୍ରାମର ଏକ ଜୋରରେ କୈବର୍ତ୍ତ ସମ୍ପ୍ରଦାୟର ଲୋକେ ପୀଢ଼ି ପୀଢ଼ି ଧରି ମାଛ ଚାଷ କରି ଜୀବିକା ନିର୍ବାହ କରି ଆସୁଥିଲେ । ପୂର୍ବରୁ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ସେହି ଜୋରକୁ ଲିଜ ଆକାରରେ ଦେଇଥିଲେ । ହେଲେ ସେଥିରେ ଅର୍ଥ ଠିକ ଭାବରେ ନ ମିଳିବାରୁ ସେ ବ୍ୟକ୍ତିଙ୍କ ଠାରୁ ଗ୍ରାମବାସୀମାନେ ଲିଜ ପ୍ରତ୍ୟାହାର କରି ନିଜେ ଯାଆଁଳ ଛାଡିଥିବା କହିଛନ୍ତି ଗ୍ରାମବାସୀ ।

ତେବେ ମାଛ ବଡ଼ ହେବା ପରେ ଶନିବାର ରାତିରେ କିଛି ମାଛ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ହେଲେ ଏହାକୁ ଗ୍ରାମବାସୀମାନେ ବିଶେଷ ଗୁରୁତ୍ୱ ଦେଇନଥିଲେ । ପୁଣି ଥରେ ଗତକାଲି(ରବିବାର) ସକାଳୁ ଟନ୍ ଟନ୍ ମାଛ ମରିକି ଭାସୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ଏହାଦେଖି ସେମାନେ ପାରାଦୀପ ଲକ୍ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ସହ ପାରାଦ୍ବୀପ ମତ୍ସ୍ୟ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ମତ୍ସ୍ୟ ବିଭାଗର ଅଧିକାରୀ ପହଞ୍ଚି ପରୀକ୍ଷା ନିରୀକ୍ଷା କରିବା ପରେ ପାଣିରେ ରାସାୟନିକ ପ୍ରକ୍ରିୟା ଯୋଗୁଁ ମାଛ ମରିଥିବା ଜଣାପଡିଛି ।

ସେପଟେ ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଏତେ ପରିମାଣର ମାଛ ଏକା ସହ ମରି ଭାସୁଥିବା ଯୋଗୁ ପରିବେଶ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ତେଣୁ ମଲା ମାଛ ଗୁଡିକୁ ପାଣିରୁ ଛାଣି ପୋତିବାକୁ ପରିବେଶବିତ୍ ଦାବି କରିଛନ୍ତି । ଏହି ଘଟଣାରେ ଦୋଷୀ ମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିବା ସହ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ ଦୁଇ ଜଣଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.