ଜଗତସିଂହପୁର: ଜିଲ୍ଲାର ଏଆଇୟୁଟିୟୁସି (AIUTUC) ପକ୍ଷରୁ ସ୍ଥାନୀୟ ଥାନା ଛକ ନିକଟରେ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରେ ଶ୍ରମିକ ମାନଙ୍କୁ ଏକଜୁଟ କରାଯାଇ ଅନ୍ତର୍ଜାତୀୟ ଶ୍ରମିକ ଦିବସ(International Labour Day 2022) ଉପଲକ୍ଷେ ଏକ ପଥପ୍ରାନ୍ତ ସଭା ହୋଇଥିଲା । ସଭାରେ ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।
ଦେଶରେ ଆଜି ମଧ୍ୟ ଶ୍ରମିକମାନେ ଅବହେଳିତ ହୋଇ ରହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା ଶ୍ରମିକ ନେତାମାନେ ଅଭିଯୋଗ କରିଥିଲେ । ଭାରତ ବର୍ଷରେ ଯଦି ଶ୍ରମିକ ମାନଙ୍କ ବିକାଶ ନହେବ ତେବେ ଦେଶ ଆଗକୁ ଯାଇପାରିବ ନାହିଁ ବୋଲି ଶ୍ରମିକ ନେତା ମାନେ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ