ଜଗତସିଂହପୁର: କୁମାର ପୂର୍ଣ୍ଣିମାକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ତେବେ ଜଗତସିଂହପୁରର ତିର୍ତୋଲ ଠାରେ କୁମାର ପୁର୍ଣ୍ଣିମା ଅବସରରେ କୁମାର ଉତ୍ସବ ଉଦଘାଟିତ ହୋଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ, ସୂଚନା ଓ ଲୋକ ସମ୍ପର୍କ ତଥା ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓଡିଆ ଜାତି, ସଂସ୍କୃତି ଓ ପରମ୍ପରାକୁ ନେଇ ଉଜ୍ଜୀବୀତ ହୋଇଛି ଏହି ଉତ୍ସବ ।
ଏଥିରେ ତିର୍ତୋଲ ବିଧାୟକ ବିଷ୍ଣୁଦାସ, ପାରାଦ୍ବୀପ ବିଧାୟକ ସନ୍ଦୀପ ରାଉତରାୟ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ