ଜଗତସିଂହପୁର: କୁଜଙ୍ଗ ଅଞ୍ଚଳର ବହୁ ଚର୍ଚ୍ଚିତ ଇଞ୍ଜିନିୟର ଅମୃତ ଦାସ ମୃତ୍ୟୁ ଘଟଣାରେ ପୁଣି ଥରେ ଓଡିଶା ମାନବାଧିକାର କମିଶନଙ୍କୁ ଭେଟିଲେ ପରିବାର ଲୋକେ । ଜଗତସିଂହପୁର ପୋଲିସ ବିନା ତଦନ୍ତରେ ହତ୍ୟା ଘଟଣାକୁ ଦୁର୍ଘଟଣାର ରୂପଦେଇ ଅଭିଯୁକ୍ତ ମାନଙ୍କୁ ଖସାଇ ଦେବାକୁ ପ୍ରୟାସ କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି।
ଘଟଣାରେ ଜଗତସିଂହପୁର ଏସପି ଓ ତତ୍କାଳୀନ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିବାକୁ ସେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ 20.7.2019 ମସିହାରେ ତିର୍ତ୍ତୋଲ ଥାନା ବାଲିପାଟଣା ନିକଟରେ ଅମୃତ ଦାସଙ୍କ ମୃତଦେହ ତିର୍ତ୍ତୋଲ ପୋଲିସ ଉଦ୍ଧାର କରିଥିଲା। ଯାହାକୁ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁ କହୁଥିବା ବେଳେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି।
ସୂଚନାଥାଉକି, ଏହି ଘଟଣାକୁ ନେଇ ମୃତ ଅମୃତଙ୍କ ମା’ ଓ ଭାଇ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ