ETV Bharat / state

ଘରୋଇ କମ୍ପାନୀକୁ ବିରୋଧ କରି କଳିଙ୍ଗ ମହିଳା ଶକ୍ତି ସଂଗଠନର ଅନଶନ - ଆମରଣ ଅନଶନ

ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପର ଷଣ୍ଡକୂଦ ଠାରେ ଆମରଣ ଅନଶନ ଆରମ୍ଭ କରିଛି କଳିଙ୍ଗ ମହିଳା ଶକ୍ତି ସଂଗଠନ । ଅଧିକ ପଢନ୍ତୁ

ଘରୋଇ କମ୍ପାନୀକୁ ବିରୋଧ କରି କଳିଙ୍ଗ ମହିଳା ଶକ୍ତି ସଂଗଠନର ଅନଶନ

author img

By

Published : Dec 15, 2022, 9:24 AM IST

ଘରୋଇ କମ୍ପାନୀକୁ ବିରୋଧ କରି କଳିଙ୍ଗ ମହିଳା ଶକ୍ତି ସଂଗଠନର ଅନଶନ

ପାରାଦ୍ବୀପ: ପାରାଦ୍ବୀପର ଷଣ୍ଢକୂଦ ଠାରେ ଆମରଣ ଅନଶନ ଆରମ୍ଭ କରିଛି କଳିଙ୍ଗ ମହିଳା ଶକ୍ତି ସଂଗଠନ । କଳିଙ୍ଗ ମହିଳା ଶକ୍ତି ସଂଗଠନର ସଭାପତି ମନୋରମା ଖଟୁଆ ଅଭିଯୋଗ କରିଛନ୍ତି ଯେ, ୧୯୬୨ ମସିହାରେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେବା ପରେ ସ୍ଥାନୀୟ ଅଞ୍ଚଳରେ ଅନେକ ଶିଳ୍ପ କାରଖାନା ଗଢି ଉଠିଛି । କିନ୍ତୁ କୌଣସି ଶିଳ୍ପାନୁଷ୍ଠାନ ମହିଳା ମାନଙ୍କୁ ଆତ୍ମ ନିଯୁକ୍ତି କି କର୍ମ ସଂସ୍ଥାନ ଦେବାରେ ବିଫଳ ହୋଇଛି ।

ଅନ୍ୟପଟେ ପାରାଦ୍ବୀପରେ ଶିଳ୍ପସଂସ୍ଥା ଗୁଡିକର ସିଏସଆର ଫଣ୍ଡ ମହିଳାଙ୍କ ପାଇଁ ବିନିଯୋଗ ହୋଇ ପାରୁନି । ସେହିପରି ଷଣ୍ଢକୂଦ ବସ୍ତିରେ ଯେଉଁ ଘରୋଇ କମ୍ପାନୀ ପ୍ରତିଷ୍ଠା କରିବାକୁ ଉଦ୍ୟମ କରାଯାଉଛି ତାହା ସମ୍ପୂର୍ଣ୍ଣ ବେଆଇନ ଭାବେ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ କଳିଙ୍ଗ ମହିଳା ଶକ୍ତି ସଂଗଠନ ପକ୍ଷରୁ କୁହାଯାଇଛି ଯେ ଷଣ୍ଢକୂଦ ଠାରେ ଘରୋଇ କମ୍ପାନୀ ପ୍ରତିଷ୍ଠା ହେଲେ ପାରାଦ୍ବୀପ ପୌରାଞ୍ଚଳର 13 ନମ୍ବର ୱାର୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ । ତେଣୁ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଲିଖିତ ପ୍ରତିଶୃତି ନ ଦେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.