ଜଗତସିଂହପୁର: ଜିଲ୍ଲା ପ୍ରଶାସନିକ କାର୍ଯ୍ୟାଳୟରେ କଙ୍ଗାରୁ କୋର୍ଟ ଅଭିଯୋଗ । ପ୍ରଶାସନିକ ଅଧିକାରୀ କାର୍ଯ୍ୟରତ କିରାଣୀଙ୍କୁ ବସ୍ ଉଠ କରାଇଥିବା ଅଭିଯୋଗ ହୋଇଛି । ଯାହାକି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ଜଗତସିଂହପୁର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ରୁଦ୍ର ନାରାୟଣ ସାମନ୍ତଙ୍କୁ ଜିଲ୍ଲା ନିଯୋଜନ ଅଧିକାରୀ ଉଠ ବସ୍ କରାଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ମାତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଙ୍ଗାରୁ କୋର୍ଟ ହୋଇଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଏଡିଏମଓ ସଚ୍ଚିଦାନନ୍ଦ ସାହୁ । ଏନେଇ ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।
ଜୁନିୟର କିରାଣୀଙ୍କ ଅଭିଯୋଗ ଅନୁସାରେ, ଚଳିତ ମାସ ଗତ ୧୩ ତାରିଖ ଦିନ ନିୟୋଜନ ଅଫିସର ଅର୍ପିତା ପ୍ରିୟଦର୍ଶିନୀ ତାଙ୍କ କାର୍ଯ୍ୟାଳୟର କିରାଣୀ ରୁଦ୍ର ନାରାୟଣ ସାମନ୍ତଙ୍କୁ ଡାକିଥିଲେ । କୌଣସି କାର୍ଯ୍ୟ ପାଇଁ ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ କାର୍ଯ୍ୟାଳୟକୁ ନେଇ ଆସିଥିଲେ । କିରାଣୀଙ୍କୁ ବାହାରେ ଛିଡ଼ା କରି ଅଫିସର ଭିତରକୁ ଯାଇଥିଲେ । ଏହାର କିଛି ସମୟ ପରେ କିରାଣୀ ରୁଦ୍ରଙ୍କୁ ଭିତରକୁ ଡାକିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ କିରାଣୀ ରୁଦ୍ର ନାରାୟଣ ଉପରେ ଖୁବ ବର୍ଷିଥିଲେ । ଏଡିଏମଓଙ୍କ ସମର୍ଥନରେ ରୁଦ୍ର ନାରାୟଣଙ୍କୁ ଜିଲ୍ଲା ନିଯୋଜନ ଅଧିକାରୀ ଉଠ ବସ୍ କରାଇଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...Sambalpur Violence: ଆଜି ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା, ସମର୍ଥନ କଲା ବିଜେପି
ଏହା ବି ପଢନ୍ତୁ...ହିଂସା ଉସୁକାଉଛି ବିଜେପି, ସନ୍ଧ୍ୟାରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି: ଶ୍ରୀମୟୀ
ସେପଟେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେ କହିଛନ୍ତି,''ସରକାରୀ କାର୍ଯ୍ୟରେ ଅପାରଗତା ଯୋଗୁଁ ମୁଁ କେବଳ ତାଗିଦ କରିଥିଲି । କିନ୍ତୁ କର୍ମଚାରୀଙ୍କୁ ବସ ଉଠ୍ କରାଇ ନାହିଁ । ଯଦି ଘଟଣାର ସତ୍ୟାସତ୍ୟ ଥାଏ ଓ ଏହାର ପ୍ରମାଣ ମିଳେ ଏବଂ ସରକାରୀ ଅଧିକାରୀ କଙ୍ଗାରୁ କୋର୍ଟ ଚଳାନ୍ତି, ତେବେ ପରିସ୍ଥିତି ସାଙ୍ଘାତିକ ହେବାକୁ କେହିବି ରୋକି ପାରିବେ ନାହଁ ।''
ଅନ୍ୟପଟେ ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଅଧିକାରୀ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଜୁନିୟର କିରାଣୀ ରୁଦ୍ର ନାରାୟଣ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି । ତେବେ ପ୍ରକୃତରେ ଘଟଣାଟି କଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
ଇଟିଭି ଭାରତ, ଜଗତସିଂହପୁର