ଜଗତସିଂହପୁର: ପାରାଦୀପ ସମୁଦ୍ର ଉପକୂଳରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ 'ସାଗର କବଚ'(Sagar Kavach) । ଏହି ସମରଭ୍ୟାସରେ ଓଡିଶା ପୋଲିସ, ସାମୁଦ୍ରିକ ପୋଲିସ, ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀବାହିନୀ, ଓଡିଶା ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ଅଂଶ ଗ୍ରହଣ କରିଛନ୍ତି ।
ଅଧିକ ପଢନ୍ତୁ: Mukta Schemeରେ ପାରାଦ୍ବୀପ ସାମିଲ, ଧନ୍ୟବାଦ ଦେଲେ ବିଧାୟକ
26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବର୍ଷକୁ ଦୁଇଥର ପାରାଦୀପ ସମୁଦ୍ର ଉପକୂଳ ଅଞ୍ଚଳ(Paradip Coast)ରେ ଏହି ସମରାଭ୍ୟାସ କରାଯାଉଛି । ଜଳ ପଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ କିଭଳି ପଣ୍ଡ କରାଯାଇ ପାରିବ ଏହି ସମରାଭ୍ୟାସର ମୁଖ୍ୟ ଲକ୍ଷ୍ୟ ରହିଛି । ଫଳରେ ଏନେଇ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦିଆଯାଉଛି । ଏହି ମିଳିତ ସମରାଭ୍ୟାସ ବୁଧବାର ପର୍ଯ୍ୟନ୍ତ ଚାଲିବ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ