ETV Bharat / state

ଜଗତସିଂହପୁର-ପାରାଦ୍ବୀପରେ ଜନତା କର୍ଫ୍ୟୁର ପ୍ରଭାବ - Janta curfew Influence

ଆଜି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ଜଗତସିଂହପୁର ଜିଲ୍ଲା । ପାରାଦ୍ବୀପ ବନ୍ଦର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଆଜି କୌଣସି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିନାହିଁ ।

janta-curfew-influence-on-jagatsinghpur-paradip
ଜଗତସିଂହପୁର-ପାରାଦ୍ବୀପରେ ଜନତା କର୍ଫ୍ୟୁର ପ୍ରଭାବ
author img

By

Published : Mar 22, 2020, 5:59 PM IST

ଜଗତସିଂହପୁର: ଆଜି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ଜଗତସିଂହପୁର ଜିଲ୍ଲା । ପାରାଦ୍ବୀପକୁ ରେଳସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିବାବେଳେ ବସ, ଅଟୋ ସେବା ମଧ୍ୟ ବନ୍ଦ ରହିଛି । ପାରାଦ୍ବୀପ ବନ୍ଦର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଆଜି କୌଣସି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିନାହିଁ । ବନ୍ଦରର ସମସ୍ତ କାର୍ଯ୍ୟ ବନ୍ଦ ରହିଛି ।

ଜଗତସିଂହପୁର-ପାରାଦ୍ବୀପରେ ଜନତା କର୍ଫ୍ୟୁର ପ୍ରଭାବ

ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ଲୋକେ ପଦାକୁ ବାହାରୁ ନଥିବା ଦେଖିବାକୁ ମିଳିଛି । ଜନ ଗହଳି ପୂର୍ଣ୍ଣ ପାରାଦ୍ବୀପର ବଡପଡିଆ ଓ ଜଗତସିଂହପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଜି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡିଥିଲା । ମେଡିକାଲ ଛକ ନିକଟରେ ଥିବା କେତେକ ମେଡ଼ିସିନ ଷ୍ଟୋର ଖୋଲା ରହିଥିବା ବେଳେ ମେଡିକାଲ, ପ୍ରେଟୋଲ ପମ୍ପ ଓ ତେଜରାତି ଦୋକାନ କେତୋଟି ଖୋଲା ଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.